ବିନିକା ଏନଏସିରେ କନିଷ୍ଠ ଯନ୍ତ୍ରୀ ନଥିବାରୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ, କାର୍ଯ୍ୟାଳୟରେ ତାଲା ପଡ଼ିବ
ସୁବର୍ଣ୍ଣପୁର, ୨୪ ଜୁନ୍ (ହି.ସ.)- ବିନିକା ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି)ରେ ବର୍ଷେରୁ ଅଧିକ ହେଲା କନିଷ୍ଠ ଯନ୍ତ୍ରୀ ନଥିବାରୁ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇପଡିଛି। ସେଥିପାଇଁ ଚଳିତ ମାସ ୧୬ ତାରିଖରେ ଏନଏସି ଉପାଧ୍ୟକ୍ଷା ତପସ୍ଵିନୀ ମେହେରଙ୍କ ନେତୃତ୍ୱରେ ଏକ ଦାବିପତ୍ର ସ୍ଥାନୀୟ କାର୍ଯ୍
ବିନିକା ଏନଏଏସିରେ  କନିଷ୍ଠ ଯନ୍ତ୍ରୀ ନଥିବାରୁ ଉନ୍ନୟନ କାର୍ଯ୍ୟ ବଧାପ୍ରାପ୍ତ,: କାର୍ଯ୍ୟାଳୟ ରେ ତାଲା ପଡ଼ିବ


ସୁବର୍ଣ୍ଣପୁର, ୨୪ ଜୁନ୍ (ହି.ସ.)-

ବିନିକା ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି)ରେ ବର୍ଷେରୁ ଅଧିକ ହେଲା କନିଷ୍ଠ ଯନ୍ତ୍ରୀ ନଥିବାରୁ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇପଡିଛି। ସେଥିପାଇଁ ଚଳିତ ମାସ ୧୬ ତାରିଖରେ ଏନଏସି ଉପାଧ୍ୟକ୍ଷା ତପସ୍ଵିନୀ ମେହେରଙ୍କ ନେତୃତ୍ୱରେ ଏକ ଦାବିପତ୍ର ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ୭ ଦିନ ଭିତରେ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇଁ ଅନୁରୋଧ କରାଯାଇଥିଲା । ହେଲେ ଇତିମଧ୍ୟରେ ୭ ଦିନ ପୂରି ଯାଇଛି। ନୂତନ କନିଷ୍ଠ ଯନ୍ତ୍ରୀଙ୍କ ଦେଖାନାହିଁ । ତେଣୁ ବାଧ୍ୟ ହୋଇ ଯନ୍ତ୍ରୀ ନଆସିବା ଯାଏ କାର୍ଯ୍ୟାଳୟକୁ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଜନପ୍ରତିନିଧି ମାନେ ନିଷ୍ପତି ନେଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ୭ ଦିନ ବିତିଯିବା ପରେ ସମସ୍ୟାର ସମାଧାନ ନହେବାରୁ ଉପାଧ୍ୟକ୍ଷା ତପସ୍ଵିନୀ ମେହେର, କାଉନସିଲର ଆଶାରାଣୀ ପଣ୍ଡା, ରେଣୁକା ବରାଇ, ବୈଜୟନ୍ତୀ କଟୁଆଳ, କଳ୍ପନା ଦୀପ, କୁନି ଚିରଗୁନି, ବୈରାଗୀ ପ୍ରଧାନ, ଗୋପାଳ କୃଷ୍ଣ ମହାଳିଂ, ବିଜୟ ବରାଇ, ପ୍ରଦୀପ ସେଠୀ, ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ୱାର୍ଡ ପ୍ରତିନିଧି ମାନେ ପୁନର୍ବାର ଏକ ଦାବିପତ୍ର ପ୍ରଦାନ କରି ୨୬ ତାରିଖରୁ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ଫାଟକ ତାଲା ପକାଇ ଧାରଣା ଦେବେ ବୋଲି ପ୍ରଶାସନକୁ ଜଣାଇଛନ୍ତି।

ସେମାନେ କହିଛନ୍ତି ଯେ, କନିଷ୍ଠ ଯନ୍ତ୍ରୀ ନଥିବାରୁ ଦୀର୍ଘ ବର୍ଷ ହେଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ବିଭିନ୍ନ ୱାର୍ଡରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏପରିକି କେତେକ କାର୍ଯ୍ୟର ଟେଣ୍ଡର ଓପନ ହୋଇଥିଲେ ମଧ୍ୟ ତାହା ବି ହୋଇପାରୁନାହିଁ । ଯାହା ଫଳରେ ଜନସାଧାରଣଙ୍କ ଠାରୁ ଲୋକହସା ହେବାକୁ ପଡୁଛି । ତେଣୁ କନିଷ୍ଠ ଯନ୍ତ୍ରୀ ପଦବୀ ତୁରନ୍ତ ପୂରଣ ନହେବା ପର୍ଯ୍ୟନ୍ତ ପରିଷଦ ବାସୀଙ୍କ ସାମୁହିକ ସ୍ବାର୍ଥ ସକାଶେ ଆସନ୍ତା ୨୬ ତାରିଖରୁ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସେମାନେ କହିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande