ସମ୍ବଲପୁର, ୨୪ ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭାତପୁରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଗିଚା ପରିସରରେ 'ମାଁ ପାଇଁ ଗଛ ଟିଏ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିବେଶବିତ୍, ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଉଦ୍ୟା ନବିତ ରବୀନ୍ଦ୍ର କୁମାର ଦାସ, ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରତନ ଲାଲ ସିଂଙ୍କ ସମେତ ପ୍ରାୟ ଚାଳିଶରୁ ଉର୍ଦ୍ଧ୍ୱ ଛାତ୍ର,ଛାତ୍ରୀ ଓ ଶିକ୍ଷକ , ଶିକ୍ଷୟିତ୍ରୀ ପ୍ରାୟ ଚାଳିଶ ରୁ ଉର୍ଦ୍ଧ୍ୱ ଫଳ ଚାରା ରୋପଣ କରିଥିଲେ । ଏହି ସବୁ ଚାରା କୁଚିଣ୍ଡା ଉଦ୍ୟାନ ବିଭାଗ ଯୋଗାଇ ଦେଇଥିଲା ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ସୁବ୍ରତ କୁମାର ପଣ୍ଡା,ପ୍ରଦୀପ୍ତ ବାରିକ, ଶ୍ରୀମତୀ ମଧୁସ୍ମିତା ବହିଦାର, ଖଗେଶ୍ୱର ନାଏକ,ପ୍ରତାପ ଧିରେନ୍,ଅଶ୍ୱିନୀ କିସାନ,କୁବେର ଠାକୁର,ସୁମନ୍ତ ମହକୁଲ,ଉସତ୍ ବାଘ, ଅଜୁ ଅପଟ,ମିନାକ୍ଷୀ ପିଙ୍ଗ, ମନ୍ଦାକିନୀ ବେହେରା,ଲୋହିତ ଲାକ୍ରା,ଗୌରବ ସିଂ,ମୁକେଶ ଧନ୍ୱ,ର୍ ଗଣେଶ୍ୱର ରଣା,ରଜତ ମହାପାତ୍ର, ଅକ୍ରିତ ମହାକୁଲ୍, ସିମି ପଧାନ,କିରଣ କୁମାର ପଟେଲ,ରଶ୍ମିତା ମାଝୀ,ଲିପ୍ସା କିସାନ,ସ୍ନେହ ନାଏକ, ତିକେଶ୍ୱରି ମାଝୀ,ସୁନୀତା ଜୋଜୋ,ସୁପ୍ରିୟା ପୃଷ୍ଠେ, ଗୌରବ ନାଏକ,ଦୀପକ କିଶା ନ, ଜୟପ୍ରକାଶ ସିଂ,ଯଶୋବନ୍ତ ସୁନାନୀ, କ୍ରିସ୍ ମହାକୁଲ୍, ବାସୁଦେବ ବାଗ,ସୁବଳ ଖଡିଆ ପ୍ରମୁଖ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଚର ରୋପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ