ପ୍ରଧାନମନ୍ତ୍ରୀ ଗାନ୍ଧୀ-ନାରାୟଣଗୁରୁ ଆଲୋଚନାର ଶତବାର୍ଷିକୀ ସମାରୋହର ଆଜି କରିବେ ଉଦଘାଟନ
ନୂଆ ଦିଲ୍ଲୀ, ଜୁନ୍ 24 (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଙ୍ଗଳବାର ସକାଳ ପ୍ରାୟ ୧୧ଟାରେ ଦିଲ୍ଲୀରବିଜ୍ଞାନ ଭବନରେ ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଐତିହାସିକ ଆଲୋଚନାର ଶତବାର୍ଷିକୀସମାରୋହର ଉଦଘାଟନ କରିବେ । ଏହି ଅବସରରେ, ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବ
ପ୍ରଧାନମନ୍ତ୍ରୀ ଗାନ୍ଧୀ-ନାରାୟଣଗୁରୁ ଆଲୋଚନାର ଶତବାର୍ଷିକୀ ସମାରୋହର ଆଜି କରିବେ ଉଦଘାଟନ


ନୂଆ ଦିଲ୍ଲୀ, ଜୁନ୍ 24 (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଙ୍ଗଳବାର ସକାଳ ପ୍ରାୟ ୧୧ଟାରେ ଦିଲ୍ଲୀରବିଜ୍ଞାନ ଭବନରେ ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଐତିହାସିକ ଆଲୋଚନାର ଶତବାର୍ଷିକୀସମାରୋହର ଉଦଘାଟନ କରିବେ । ଏହି ଅବସରରେ, ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହିଐତିହାସିକ ଆଲୋଚନା ୧୨ ମାର୍ଚ୍ଚ, ୧୯୨୫ରେ ମହାତ୍ମା ଗାନ୍ଧୀଙ୍କ ଗସ୍ତ ସମୟରେ ଶିବଗିରି ମଠରେ ହୋଇଥିଲା ।ଏହି ଆଲୋଚନା ବୈକୋମ ସତ୍ୟାଗ୍ରହ, ଧର୍ମାନ୍ତରୀକରଣ, ଅହିଂସା, ଅସ୍ପୃଶ୍ୟତା ବିଲୋପ, ମୋକ୍ଷ ପ୍ରାପ୍ତି ଭଳି ବିଷୟବସ୍ତୁ ଉପରେ କେନ୍ଦ୍ରିତ ଥିଲା । ଶ୍ରୀନାରାୟଣ ଧର୍ମ ସଙ୍ଗମ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହିକାର୍ଯ୍ୟକ୍ରମ ସାରା ଦେଶରୁ ବିଭିନ୍ନ ଆଧ୍ୟାତ୍ମିକ ନେତା ଏବଂ ସଦସ୍ୟମାନଙ୍କୁ ଏକତ୍ରିତ କରି ଦୂରଦୃଷ୍ଟିପୂର୍ଣ୍ଣଆଲୋଚନାକୁ ମନେ ପକାଇବ ଏବଂ ସମ୍ମାନ କରିବ ଯାହା ଆଜି ମଧ୍ୟ ଭାରତର ସାମାଜିକ ଏବଂ ନୈତିକବିବେକକୁ ଗଠନ କରିଆସୁଛି । ଏହି କାର୍ଯ୍ୟକ୍ରମ ଶ୍ରୀନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ଦ୍ୱାରାପ୍ରତିଷ୍ଠିତ ସାମାଜିକ ନ୍ୟାୟ, ଏକତା ଏବଂ ଆଧ୍ୟାତ୍ମିକ ସମନ୍ୱୟର ସମାନ ଦୃଷ୍ଟିକୋଣ ପ୍ରତି ଏକ ଶକ୍ତିଶାଳୀଶ୍ରଦ୍ଧାଞ୍ଜଳି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande