କନ୍ଧମାଳ, ୨୪ ଜୁନ୍ (ହି.ସ.)- ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ୟଜ୍ଞାଶିସ୍ ମହାପାତ୍ରଙ୍କ ପରାମର୍ଶ କ୍ରମେ ଫୁଲବାଣୀ ରୋଟାରୀ କ୍ଲବ ସଭାପତି ବିପ୍ର ଚରଣ ପାତ୍ର ଓ ସମ୍ପlଦକବିଜୟ ପଟ୍ଟନୟକଙ୍କ ନେତୃତ୍ବରେ ପବ୍ଲିକ ସ୍କୁଲ ପରିସରରେ ୧୪୦୦ରୁ ଉର୍ଦ୍ଧ୍ ଛାତ୍ରଛାତ୍ରୀ ଏକା ଥରକେ ମା, ବାପା, ଗୁରୁଜନ, ବରିଷ୍ଠ ନାଗରିକ ମାନଙ୍କୁ ପାଦରେ ପାଣି ଛିଞ୍ଚି ଫୁଲ ଧୂପ ଦେଇ ଆଳତୀ କରି ଭକ୍ତିର ସହ ପୂଜାର୍ଚ୍ଚନା କରିବା ସହ ମିଠା ଖୁଆଇଥିଲେ l ସମସ୍ତଙ୍କୁ ରୋଟାରୀ କ୍ଳବ୍ ପକ୍ଷରୁ ଉପଢ଼ୌକନ ପ୍ରଦାନ କରାଯାଇଥିଲା l ଯାହାକି ରାଜ୍ୟର ସବୁଠୁ ବଡ଼ ମାତୃ ପିତୃ ବନ୍ଦନା ଉତ୍ସଵ ଓ ଏହା ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ଆଶା କରାଯାଉଛି l
ଏଥିରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର୍ ୟଜ୍ଞାସିସ ମହାପାତ୍ର ଯୋଗଦେଇ ଦିନକୁ ଦିନ ପିଲାମାନଙ୍କ ଗୁରୁଜନ, ପିତା ମାତା ଓ ବୟସ୍କଙ୍କ ପ୍ରତି ଭକ୍ତିଭାବ କମି ଯାଉଥିବା ଦେଖାଯାଉଛି ଏଣୁ ସମସ୍ତଙ୍କୁ ଏ ଦିଗରେ ସଚେତନ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଅୟୋଜନ କରାଯାଉଥିବା କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସେକ୍ରେଟାରୀ ଜେନେରାଲ ରସାନନ୍ଦ ରାଉତ, ପୂର୍ବତନ ସଭାପତି ରବି ସୁବୁଦ୍ଧି, ପ୍ରଶାନ୍ତ ପାଣଗ୍ରାହୀ, ପଦ୍ମ ଚରଣ ସ୍ବାଇଁ, ମୋନୋରଞ୍ଜନ୍ ପଟନାୟକ, ପ୍ରକାଶ ପଣ୍ଡା, ପ୍ରସନ୍ନ ପଣ୍ଡା, ସୁନୀଲ ପଟ୍ଟନାୟକ, ଶୁଭ୍ରl ପଟନାୟକ, କେ ଜ୍ଞାନ ଦୋରା, ହରିଶ ଚଂଦ୍ର ମହାରଣା, ବିରଜା ନାହାକ, କୁନ୍ଦ୍ ନ ସିଂହ, ବି.ଦେବେନ୍ଦ୍ର ପାତ୍ର ପ୍ରମୁଖ ସହଯୋଗ କରିଥିଲେ l ପବ୍ଲିକ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ପବ୍ଲିକ ସ୍କୁଲ ସମେତ ଅନ୍ୟ ସ୍କୁଲ ଛାତ୍ରଛାତ୍ରୀ ଅବିଭାବକ ମାନେ ଉପସ୍ଥିତ ଥିଲେ l
ଏଭଳି କାର୍ଯକ୍ରମ ଜିଲ୍ଲାରେ ପ୍ରଥମ ବୋଲି ଜଣlପଡିଛି l ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ସମସ୍ତ ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ