ନବୀନ ବାବୁଙ୍କ ପାଇଁ ବଳଦେବଜୀଉ ମନ୍ଦିରରେ ସମୁହ ଦୀପଦାନ
କେନ୍ଦ୍ରାପଡ଼ା, ୨୪ ଜୁନ୍‌(ହି.ସ.) – ଜନମାନସର ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଗତକାଲି କେନ୍ଦ୍ରାପଡା ବିଜୁ ଜନତାଦଳର ତରଫରୁ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଶ୍ରୀବଳଦେବଜୀଉ ମନ୍ଦିରରେ ସାମୁହିକ ଦୀପଦାନ ଓ ପୂଜାଅର୍ଚ୍ଚନା କରାଯାଇଥିଲା । ଶ୍ରୀ ଜୀଉଙ୍କର
ନବୀନ ବାବୁଙ୍କ ପାଇଁ ବଳଦେବଜୀଉ ମନ୍ଦିରରେ ସମୁହ ଦୀପଦାନ


କେନ୍ଦ୍ରାପଡ଼ା, ୨୪ ଜୁନ୍‌(ହି.ସ.) – ଜନମାନସର ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଗତକାଲି କେନ୍ଦ୍ରାପଡା ବିଜୁ ଜନତାଦଳର ତରଫରୁ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଶ୍ରୀବଳଦେବଜୀଉ ମନ୍ଦିରରେ ସାମୁହିକ ଦୀପଦାନ ଓ ପୂଜାଅର୍ଚ୍ଚନା କରାଯାଇଥିଲା । ଶ୍ରୀ ଜୀଉଙ୍କର ସନ୍ଧ୍ୟା ପହଡ ଖୋଲିବା ପରେ ଏହି ଦୀପଦାନ ପର୍ବର ଅନୁଷ୍ଠିତ ହୋଇଥିଲା । ଶ୍ରୀଜୀୟୁ ଅଣସର ଘରେ ଥିବାରୁ ପଟଦୀଅଂଙ୍କ ନିକଟରେ ଶ୍ରୀ ମନ୍ଦିର ପରିସରର ମଧ୍ୟରେ ଶହଶହ ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ତଥା ପ୍ରତିନିଧି, ଶୁଭେଚ୍ଛୁ ଓ ସର୍ମର୍ଥକମାନେ ନବୀନ ପଟ୍ଟନାୟକଙ୍କ ପୂର୍ଣ୍ଣ ଆରୋଗ୍ୟ ନିମନ୍ତେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ପୌର ଅଧ୍ୟକ୍ଷା ଶ୍ରୀମତୀ ସରିତା ସାହୁଙ୍କ ନେତୃତ୍ୱରେ ମହିଳାମାନେ ମୁରୁଜ ପକାଇ ତା ମଧ୍ୟରେ ଦୀପ ଜାଳୀ ଠାକୁରଙ୍କୁ ନବୀନବାବୁଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ମନ୍ଦିର ପରିସର ବାହାରେ ଅରୁଣ ସ୍ତମ୍ଭ ସମ୍ମୁଖରେ ମଧ୍ୟ ଏହି ସମୁହ ଦୀପଦାନ କରାଯାଇଥିଲା । ବିଧାୟକ ଗଣେଶ୍ୱର ବେହେରା ଏହି ପବିତ୍ର କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଜୁ ଜନତାଦଳର ନେତା କର୍ମୀ ଓ ପ୍ରତିନିଧିମାନେ ସାମିଲ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥି ସହିତ ଅପରାହ୍ନରେ କୋର୍ଟ ନିକସ୍ଥ ହଜରତ ସୟଦ ମନସୁର ଶାହା ବାବାଙ୍କ ପୀଠରେ ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସଙ୍ଗଠନ ତରଫରୁ ଚାଦର ଅର୍ପଣ ପୂର୍ବକ ପୂର୍ବତନ ମୁଖ୍ୟମନ୍ତ୍ରୀ ଆରୋଗ୍ୟ ପାଇଁ ସଂଖ୍ୟାଲଘୁ ସଭାପତି ଚନ୍ଦନଙ୍କ ନେତୃତ୍ୱରେ ଦୁଆ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲପରିଷଦ ସଭାପତି ଲିଲିତା ଦାସ, ପୌରାଧ୍ୟକ୍ଷ ସରିତା ସାହୁ, ବ୍ଲକ ଅଧ୍ୟକ୍ଷ ରଶ୍ମିତା ସେଠୀ, ଉପାଧ୍ୟକ୍ଷା ପ୍ରାତାପ ମହାପାତ୍ର, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ବଗର ସଭାପତି ଯଯାତି ମହାନ୍ତି, ବିଜେଡି ନେତା ରଞ୍ଜିତ ସାହୁ, ଜିଲ୍ଲା ସଭାପତି ଧିରେନ କୁମାର ସାହୁ, ପୂର୍ବତନ କାଉଁଶିଲର ହିରଣ୍ୟ ପଣ୍ଡା, ମିକ୍ତାର ଖାଁ, ଉମେଶ ନାୟକ, କାଳୀ ପ୍ରସାଦ ମିଶ୍ର, ଶୀବ ପ୍ରସାଦ ଭୋଳ, ପ୍ରଦୀପ କୁମାର ମହାନ୍ତି, ଦୁର୍ଗାଶିଷ ମହାନ୍ତି, ପିତବାସ ବେହେରା, ନିରାକାର ସ୍ୱାଇଁ, ମୃତ୍ୟୁଞ୍ଜୟ ମହାନ୍ତି, ଧନଜୟ ମହାନ୍ତି, ଲୋହିତ ମହାନ୍ତି, ଶରତ ମଲ୍ଲିକ, ଶୈଳେନ୍ଦ୍ର ସ୍ୱାଇଁ, ମହେଶ୍ୱର ଭଦ୍ର, ରୋତ୍ସା ସାହୁ, ସେକ ମିଜାମୁଦ୍ଧିନ, ସେକ ଚାନ୍ଦ, ସେକ ନସିମୁଦ୍ଧିନ, ସେକ କାଲୋ, ସେକ ମୁସ୍ତାକିମ, ସେକ ଚାନ୍ଦ, ସେକ ଶାନ, ସାବିର ହୁସେନ, ସେକ ଟିପୁ ସୁଲତା, ସେକ କାସିମ, ସେକ ରୋହିତ, ସେକ ମୋତି, ସେକ ବାଦଶାହା, ସେକ ହଲିମ, ସେକ ମୁଖିଆନ, ସରପଞ୍ଚ ପ୍ରିୟଙ୍କା ପ୍ରିୟ ଦର୍ଶିନୀ ସାମଲ, ଶରତ ବଳ, ଚନ୍ଦନ ଦାସ, ସ୍ୱୟଂ ପ୍ରଭା କର, ବାବାଜୀ ମଲ୍ଲିକ, ଚିତ୍ତ ରଞ୍ଜନ ଜେନା, ଲକ୍ଷ୍ମିଧର ପଲାଇ, ପ୍ରଭାତ ଉଡାନସିଂ, ନାରାୟଣ ପରିଡା, ଶାରଦା ପ୍ରଶନ୍ନ ରାଉତ, ସାରଦା ରଣା, କିଶୋର କୁମାର ନାଥ, ରମେଶ ଦାସ, ପ୍ରଦୀପ ନାୟକ, ଗଣେଷ ମେକାପ, ଆକାଶ ବେହେରା, କମଳା କାନ୍ତ ବେହେରା, ବିଜୟ ପତି, ଶରତ କୁମାର ବେହୁରା, ଲୋପାମୁଦ୍ରା ବାରିକ, ମହେଦ୍ର ମିଶ୍ର, ଅନୁସୂୟା ନାୟକ, ସୁରଶ ମହାନ୍ତି, ରଞ୍ଜନ ନାୟକ, ଅଯୋଧ୍ୟା ବିଶ୍ୱାଳ, ଅଶ୍ୱନୀ ପାତ୍ର, ଜ୍ୟୋତି ରଞ୍ଜନ ପ୍ରଧାନ, ପ୍ରଶାନ୍ତ ରାଉତ, ମନୋଜ ନାୟକ, ରବି ପଣ୍ଡା, ମୋହନ ଆଚାର୍ଯ୍ୟ, କାଳୀ ପଣ୍ଡା, ଆଦିତ୍ୟ ପତି, ଦୟାନିଧି ପରିଡା, ମିନତି ପରିଡା, ଦେବାଶିଷ ଦାସ, ନରେଶ ଜେନା, ଦାମଧର ଜେନା, ମାନସ ଦାସ, ସାହେବ ରାଉତ, ପ୍ରଶାନ୍ତ ବରାଳ, ଅସିର୍ତ ରାଉତ, ସ୍ୱରାଜ ରାଉତ, ଶ୍ରେୟା ଜେନା, ସଂଜୟ ଜେନା ପ୍ରମୁଖ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande