ଶ୍ରୀଚୈତନ୍ୟ ସଂକିର୍ତ୍ତନ ମହାସଂଘ କଲ୍ୟାଣ ଟ୍ରଷ୍ଟ ପଞ୍ଜିକୃତ
ବଲାଙ୍ଗିର, 24 ଜୁନ୍ (ହି.ସ.) ବଲାଙ୍ଗିର ଜିଲ୍ଲା ବିଭିନ୍ନ ଗ୍ରାମର ୧୧୨ ଟି ସଂକିର୍ତ୍ତନ ଦଳ ଦୀର୍ଘ ଦିନ ହେଲା ତାଙ୍କ ମହାସଂଘର ଗୋଟିଏ କଲ୍ୟାଣ ଟ୍ରଷ୍ଟ ପଞ୍ଜିକୃତ କରି ସଂକିର୍ତ୍ତନ କଳାକୁ ଆଗେଇ ନେବା ପାଇଁ ଇଛାପ୍ରକାଶ କରିଥିଲେ। ସମାଜସେବୀ ଶ୍ରୀକର ମିଶ୍ରଙ୍କ ପ୍ରେରଣା ପାଇ ଏକ ୨୯ଜଣିଆ କାର୍ଯ୍ୟକାରୀ
ଶ୍ରୀଚୈତନ୍ୟ ସଂକିର୍ତ୍ତନ ମହାସଂଘ କଲ୍ୟାଣ ଟ୍ରଷ୍ଟ ପଞ୍ଜିକୃତ


ବଲାଙ୍ଗିର, 24 ଜୁନ୍ (ହି.ସ.)

ବଲାଙ୍ଗିର ଜିଲ୍ଲା ବିଭିନ୍ନ ଗ୍ରାମର ୧୧୨ ଟି ସଂକିର୍ତ୍ତନ ଦଳ ଦୀର୍ଘ ଦିନ ହେଲା ତାଙ୍କ ମହାସଂଘର ଗୋଟିଏ କଲ୍ୟାଣ ଟ୍ରଷ୍ଟ ପଞ୍ଜିକୃତ କରି ସଂକିର୍ତ୍ତନ କଳାକୁ ଆଗେଇ ନେବା ପାଇଁ ଇଛାପ୍ରକାଶ କରିଥିଲେ। ସମାଜସେବୀ ଶ୍ରୀକର ମିଶ୍ରଙ୍କ ପ୍ରେରଣା ପାଇ ଏକ ୨୯ଜଣିଆ କାର୍ଯ୍ୟକାରୀ କମିଟୀ ଗଠନ କରାଯାଇଛି। ଏଥିରେ ସଭାପତି ଭାବରେ କୁଟେନପାଲି ଗ୍ରାମର ରାମଚନ୍ଦ୍ର ନନ୍ଦ, ଉପସଭାପତି ଭାବରେ ସିଲେଟପଡା ର ବରୁଣ ବାଗ, ସମ୍ପାଦକ ଗଇଁନ୍ତଲା ଗ୍ରାମର ପ୍ରେମଲାଲ ହରପାଲ, ସହସମ୍ପାଦକ ରିନବଚନର ମେଘନାଦ ବାରିକ ଓ କୋଷଧ୍ୟକ୍ଷ ଭାବରେ ଖଇରପାଲି ଗ୍ରାମର ବିଘ୍ନରାଜ ତାଣ୍ଡି ମନୋନୀତ ହୋଇଛନ୍ତି। ଆଜି ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟ କୁ ଯାଇ ଶ୍ରୀଚୈତନ୍ୟ ସଂକିର୍ତ୍ତନ ମହାସଂଘ କଲ୍ୟାଣ ଟ୍ରଷ୍ଟ ପଞ୍ଜିକୃତ କରିଛନ୍ତି। ଏହି ସମୟରେ ଉପରୋକ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଅନ୍ୟାନ୍ୟ ସଭ୍ୟ/ସଭ୍ୟା ଦିଲିପ ତାଣ୍ଡି, ମଦନ କୁମ୍ଭାର, ଗଜପତି ନନ୍ଦ, ଧର୍ମୁ କୁମ୍ଭାର, ସୀତାକାନ୍ତ ବାଗ, ସୁଶିଳା କୁମ୍ଭାର, ରିତା ତାଣ୍ଡି, ଶିବାନୀ ବୁଡେକ, ରୁକୁଣୀ ବାଗ, ବିକ୍ରମ ବାଗ, ସନ୍ତୋଷ ସୁନା, ଗୌରୀ ନନ୍ଦ, ଉମେଶ ଚନ୍ଦ୍ର ଭେସରା, ସୁରେନ୍ଦ୍ର ଛତ୍ରିଆ, ଯୋଗେଶ୍ୱର ବାରିକ, ପବିତ୍ର ନାଗ, ମନରଂଜନ କୁମ୍ଭାର, ତୁଫାନ ବାଗ, ଅଞ୍ଜନା ବାଗ, ସଞ୍ଜୁ ତାଣ୍ଡି, ହିରାଲାଲ ମହାନନ୍ଦ, ଉଦ୍ଧବ ବାରିକ, ହୃଷିକେଶ ବାରିକ, ଧନେଶ୍ୱର ଛତ୍ରିଆ ତଥା ଆନନ୍ଦ ବାରିକ ପଞ୍ଜିକୃତ ଦଲିଲରେ ସ୍ୱାକ୍ଷର କରିଥିଲେ। ଟ୍ରଷ୍ଟ ପଞ୍ଜିକୃତ ପରେ ସମସ୍ତେ ଶ୍ରୀ ମିଶ୍ରଙ୍କ ଆଶିର୍ବାଦ ନେଇଥିଲେ ଏବଂ ବଲାଙ୍ଗିର ଜିଲ୍ଲାରେ ସଂକିର୍ତ୍ତନକୁ ଅଶ୍ଲିଳମୁକ୍ତ କରି ଗୋଟିଏ ସୁସ୍ଥ ବାତାବରଣ ସୃଷ୍ଟିିକରିବା ପାଇଁ ଶପଥ ଗ୍ରହଣ କରିଥିଲେ। ପୁନଶ୍ଚ ମହାସଂଘର ଏହି ଟ୍ରଷ୍ଟ ତରଫରୁ ଗରିବ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande