ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୨୪ ଜୁନ୍ (ହି.ସ.)- ଆଗାମୀ ୫ ଦିନ ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ, କେତେକ ସ୍ଥାନରେ ଭୀଷଣ ବର୍ଷା, କେତେକ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲ
ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୨୪ ଜୁନ୍ (ହି.ସ.)- ଆଗାମୀ ୫ ଦିନ ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ, କେତେକ ସ୍ଥାନରେ ଭୀଷଣ ବର୍ଷା, କେତେକ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ସୋନପୁର, କନ୍ଧମାଳ, କଳାହାଣ୍ଡି, ଗଜପତି, ରାୟଗଡ଼ା । ଏହା ବ୍ୟତୀତ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ଅନ୍ୟ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ହି ସମୟରେ ତନ୍ମଧ୍ୟରୁ କେତେକ ସ୍ଥାନରେ ପବନର ଘଂଟା ପ୍ରତି ୩୦ରୁ ୪୦ କି.ମି. ରହିପାରେ ।

ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣରୁ ଅତିଭୀଷଣ ବର୍ଷା ନେଇ ୩ ଜିଲ୍ଲା (ମୟୂରଭଞ୍ଜ, କେନ୍ଦୁଝର,ବାଲେଶ୍ୱର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୨୬ ତାରିଖରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣରୁ ଅତିଭୀଷଣ ବର୍ଷା ନେଇ ୨ଜିଲ୍ଲା (ମୟୂରଭଞ୍ଜ, କେନ୍ଦୁଝର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୨୭ ତାରିଖରେ ଭୀଷଣ ବର୍ଷା ନେଇ ୭ ଜିଲ୍ଲା ଏବଂ ୨୮ ତାରିଖରେ ଭୀଷଣ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାର ପରବର୍ତୀ ଦୁଇ ଦିନ ୨୯ ଓ ୩୦ ତାରିଖ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande