ବାଇକ ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ଚେକିଂ ସହିତ ହେଲମେଟ ପ୍ରଦାନ
କେନ୍ଦ୍ରାପଡ଼ା, ୨୪ ଜୁନ୍‌(ହି.ସ.) – କେନ୍ଦ୍ରାପଡ଼ା ଆରକ୍ଷୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବକାରୀ ବିଭାଗ, ପୋଲିସ ଏବଂ ଆର୍ଟିଓ କର୍ମଚାରୀମାନଙ୍କ ମିଳିତ ସହଯୋଗ କ୍ରମେ ରାସ୍ତାରେ ଯାତାୟାତ କରୁଥିବା ଉଭୟ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଅଂଚଳର ଦୁଇଟି ସ୍ଥାନରେ ପାଖା ପାଖି ୫୦ ଜଣରୁ ଉର୍ଦ୍ଧ କଛି ସାଧାରଣ ଜ
-ବାଇକ ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ଚେକିଂ ସହିତ ହେଲମେଟ ପ୍ରଦାନ


କେନ୍ଦ୍ରାପଡ଼ା, ୨୪ ଜୁନ୍‌(ହି.ସ.) – କେନ୍ଦ୍ରାପଡ଼ା ଆରକ୍ଷୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବକାରୀ ବିଭାଗ, ପୋଲିସ ଏବଂ ଆର୍ଟିଓ କର୍ମଚାରୀମାନଙ୍କ ମିଳିତ ସହଯୋଗ କ୍ରମେ ରାସ୍ତାରେ ଯାତାୟାତ କରୁଥିବା ଉଭୟ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଅଂଚଳର ଦୁଇଟି ସ୍ଥାନରେ ପାଖା ପାଖି ୫୦ ଜଣରୁ ଉର୍ଦ୍ଧ କଛି ସାଧାରଣ ଜନତା, ଗଣ ମାଧ୍ୟମର ପ୍ରତିନିଧି ଯେଉଁମାନେ ରାସ୍ତାରେ ବାଇକ ଚଳାଇଲା ବେଳେ ଆଦୌ ହେଲମେଟ ବ୍ୟବହାର କରୁନାହାନ୍ତି ସେହି ବ୍ୟକ୍ତି ମାନଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କର ଲାଇସେନ୍ସ ଯାଂଚ ସହିତ ସଡ଼କ ଦୃଘଟଣାରୁ କିପରି ସେମାନେ ରକ୍ଷା ପାଇ ପରିବେ ସେଥି ନିମନ୍ତେ ସେମାନଙ୍କୁ ଗୋଟେ ହେଲମେଟ ମାଗଣାରେ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା। ଅଧିକାଂଶ ସମୟରେ ରାସ୍ତାରେ ଗଲାବେଳେ ବାଇକ ଚାଳକ ମାନେ ହେଲମେଟ ନପିନ୍ଧି ଗାଡି ଚଳାଇବା ଦ୍ୱାର ଦୃଘଟଣାର ଶିକାର ହୋଇ ଅକାଳରେ ସେମାନଙ୍କର ବହୁମୂଲ୍ୟ ଜୀବନ ଚାଲି ଯାଉଥିବାରୁ ସେମାନଙ୍କୁ ସଚେତନ କରିବା ସହିତ ସେମାନଙ୍କୁ ମଗଣୋର ହେଲେମଟ ପ୍ରଦାନ କରାଯାଇ ଥିଲା । କାର୍ଯ୍ୟକ୍ରମେର ଅବକାରୀ ଅଧିକ୍ଷୀକ ବିପ୍ରଚରଣ ମଣ୍ଡଳଙ୍କ ସମେତ ଜିଲ୍ଲା ହେଡ଼ କ୍ୱାଟର ଡି.ଅଇ.ବି ଡିଏସପି ଲଷ୍ମୀ ନାରାୟଣ ତିଆରୀ ଓ ରିଜର୍ଭ ଇନିସିପେକ୍ଟର ପ୍ରଶାନ୍ତ କୁମାର ରଣସିଂହ ଏବଂ କେନ୍ଦ୍ରାପଡ଼ା ଆର୍ଟିଓ ଧେôରନ ନାୟକ ପ୍ରମୁଖ ଉପସ୍ଥିତ ଥେôଲ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande