କଂଗ୍ରେସ ସରକାର ସମୟରେ ଦଳିତଙ୍କୁ କରାଯାଇଛି ଅତ୍ୟାଚାର- ଅଗସ୍ତି ବେହେରା
ଭୁବନେଶ୍ୱର, 24 ଜୁନ୍ (ହି.ସ.)- କଂଗ୍ରେସ ଦଳିତଙ୍କୁ ନେଇ ରାଜନୀତି କରି ସରକାରକୁ ଆସେ । କିନ୍ତୁ ଦଳିତ ଏବେ ଆଉ ତାଙ୍କୁ ଗ୍ରହଣ କରୁନାହାଁନ୍ତି । ତାଙ୍କରି ସରକାର ସମୟରେ ଦଳିତଙ୍କୁ ଅତ୍ୟାଚାର କରାଯାଇଛି ବୋଲି କହିଛନ୍ତି ବିଜେପି ବିଧାୟକ ଅଗସ୍ତି ବେହେରା । ସେ କହିଛନ୍ତି ଯେ, ଓଡ
କଂଗ୍ରେସ ସରକାର ସମୟରେ ଦଳିତଙ୍କୁ କରାଯାଇଛି ଅତ୍ୟାଚାର- ଅଗସ୍ତି ବେହେରା


ଭୁବନେଶ୍ୱର, 24 ଜୁନ୍ (ହି.ସ.)- କଂଗ୍ରେସ ଦଳିତଙ୍କୁ ନେଇ ରାଜନୀତି କରି ସରକାରକୁ ଆସେ । କିନ୍ତୁ ଦଳିତ ଏବେ

ଆଉ ତାଙ୍କୁ ଗ୍ରହଣ କରୁନାହାଁନ୍ତି । ତାଙ୍କରି ସରକାର ସମୟରେ ଦଳିତଙ୍କୁ ଅତ୍ୟାଚାର କରାଯାଇଛି ବୋଲି

କହିଛନ୍ତି ବିଜେପି ବିଧାୟକ ଅଗସ୍ତି ବେହେରା । ସେ କହିଛନ୍ତି ଯେ, ଓଡ଼ିଶାରେ ବି ବିଜେଡି ସରକାର

ସମୟରେ ଦଳିତଙ୍କ ଉପରେ ଜୁଲମ ହୋଇଛି । ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ। ଆମ

ସରକାରରେ ଦଳିତ ସବୁଠୁ ଖୁସିରେ ରହିଛନ୍ତି । ସମ୍ବିଧାନର ସର୍ବୋଚ୍ଚ ସ୍ଥାନରେ ବସା ଯାଇଛି ।

ଗଞ୍ଜାମରେ ଯେଉଁ ଘଟଣା ଘଟିଛି ତା ଉପରେ ପଦକ୍ଷେପ ନେଉଛନ୍ତି ସରକାର । ଗୋ ସୁରକ୍ଷା ପାଇଁ ଆମ ସରକାର ସର୍ବଦା ଚେଷ୍ଟିତ

ଅଛନ୍ତି । ବିଧାନସଭାରେ ମଧ୍ୟ ଏଥିପାଇଁ ଗୋଟେ ଆଇନ ଆଣିବା ପାଇଁ ପ୍ରୟାସ କରୁଛନ୍ତି ଆମ ସରକାର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande