ଭୁବନେଶ୍ୱର, 24 ଜୁନ୍ (ହି.ସ.)- ବିଜେପି ସରକାରରେ ରାଜ୍ୟରେ ଅରାଜଜଗତା ବଢିଯାଇଛି । ଦଳିତ ଓ ଆଦିବାସୀ ଉପରେ
ଅତ୍ୟାଚାର ବଢି ଯାଇଛି । ବିଜେପିର ନେତାମାନେ ଗୋ ସୁରକ୍ଷା ନାଁରେ ତୃଣମୂଳସ୍ତରରେ ଲୋକଙ୍କ ଉପରେ
ଅମାନୁଷିକ ଅତ୍ୟାଚାର କରୁଛନ୍ତି । ଗୋ ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ । ହେଲେ ବିଜେପି
ନେତା ମାନେ ଗୋ ସୁରକ୍ଷା ଆଳରେ ଚାନ୍ଦା ଆଦାୟ କରୁଛନ୍ତି କହି ବର୍ଷିଛନ୍ତି ବିଜେଡି ବିଧାୟକ
ଅରୁଣ ସାହୁ। ବିଜେପି ଯେବେଠୁ ସରକାରରେ ଆସିଲାଣି ସେବେ ଠାରୁ ଚାନ୍ଦା ମାଗିବା, ଲାଞ୍ଚ ମାଗିବାକୁ ପ୍ରାଥମିକତା ଦେଇଛନ୍ତି । ବିଜେପି ସରକାର
ଦଳିତ, ଆଦିବାସୀ ଓ ପଛୁଆ ଜାତି ବିରୋଧୀ ।
ଯେଉଁମାନେ ବିଜେପି ପାଇଁ ତୃଣମୂଳ ସ୍ତରରେ କାମ କରୁଛନ୍ତି ସେମାନେ ଦଳିତ, ଆଦିବାସୀ ଓ ପଛୁଆଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଏ ସରକାର
କେବଳ କଥା କୁହା ସରକାର । ଯାହା ଘଟଣା ଘଟିଛି ଧରାକୋଟରେ ତାହା ଭାରତ ବର୍ଷରେ ଲଜ୍ଜ୍ୟାଜନକ ଘଟଣା
। ଟ୍ରମ୍ଫ ସରକାର କହିଲେ ଓଡ଼ିଶାକୁ କେହି ଯାଅନା, ଏମାନେ ଲୋକଙ୍କ ଉପରେ ଅତ୍ୟାଚାର କରି ତାହା ପ୍ରମାଣିତ
କରିଛନ୍ତି । ବିଜେପି ତାହାର ପଲିସି ପରିବର୍ତ୍ତନ କରୁ । ଲୋକଙ୍କ ସରକାର କେବଳ କଥା କହୁଛନ୍ତି, ଲୋକଙ୍କ ସରକାର, ହେଲେ କାମରେ କରି ଦେଖାଉନାହାନ୍ତି ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା