କଂଗ୍ରେସ ସମୟରେ ଦଳିତ ମାନେ ସର୍ବାଧିକ ଅତ୍ୟାଚାରର ଶିକାର- ବିଜେପି
ଭୁବନେଶ୍ୱର, 24 ଜୁନ୍ (ହି.ସ.) - ଦଳିତଙ୍କୁ ଅତ୍ୟାଚାର ଘଟଣାରେ କଂଗ୍ରେସର ଅଭିଯୋଗ ଉପରେ ଜବାବ ରଖିଲା ବିଜେପି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ରାହୁଲ ଗାନ୍ଧୀ କିଛି ବୁଝନ୍ତି ନାହିଁ । ଯିଏ ଯାହା କୁହନ୍ତି, ଟୁଇଟ କରିଦିଅନ୍ତି । କଂଗ୍ରେସ ସମୟରେ ଦଳିତ ମାନ
କଂଗ୍ରେସ ସମୟରେ ଦଳିତ ମାନେ ସର୍ବାଧିକ ଅତ୍ୟାଚାରର ଶିକାର- ବିଜେପି


ଭୁବନେଶ୍ୱର, 24 ଜୁନ୍ (ହି.ସ.)

- ଦଳିତଙ୍କୁ ଅତ୍ୟାଚାର ଘଟଣାରେ

କଂଗ୍ରେସର ଅଭିଯୋଗ ଉପରେ ଜବାବ ରଖିଲା ବିଜେପି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି

ଯେ, ରାହୁଲ ଗାନ୍ଧୀ କିଛି ବୁଝନ୍ତି ନାହିଁ । ଯିଏ ଯାହା କୁହନ୍ତି, ଟୁଇଟ କରିଦିଅନ୍ତି । କଂଗ୍ରେସ ସମୟରେ ଦଳିତ ମାନେ ସର୍ବାଧିକ

ଅତ୍ୟାଚାରର ଶିକାର ହୋଇଛନ୍ତି । ତାଙ୍କ ଦଳର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳ

ଓ ଗିରିଧର ଗମାଙ୍ଗ ବି ଅବହେଳିତ ହୋଇଥିଲେ । କଂଗ୍ରେସ ସରକାରରେ ଆଦିବାସୀ ବିଭାଗ ବି ତିଆରି

କରିନଥିଲା । ବିଜେପି ଆଦିବାସୀଙ୍କୁ ସମ୍ମାନ ଦେଇଛି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ

ଭାବେ ଜୁଏଲ ଓରାମଙ୍କୁ ଦାୟିତ୍ଵ ଦିଆଯାଇଛି । କଂଗ୍ରେସ ଲୋକଙ୍କ ଦ୍ୱାରା ପ୍ରତ୍ୟାଖିତ ହୋଇଛି ବୋଲି

ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande