ପାଳନ ହେବ ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯକ୍ରମ
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ । ଭୁବନେଶ୍ଵର ରେଳ ଅଡିଟୋରିୟମ ପାଳନ ହେବ ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯକ୍ରମ । ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ଉଚ୍
ପାଳନ ହେବ ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯକ୍ରମ


ଭୁବନେଶ୍ୱର, 24 ଜୁନ୍ (ହି.ସ.)- ରାଜ୍ୟ ସରକାର ପାଳନ କରିବେ

ସମ୍ବିଧାନ ହତ୍ୟା ଦିବସ । ଭୁବନେଶ୍ଵର ରେଳ ଅଡିଟୋରିୟମ ପାଳନ ହେବ ରାଜ୍ୟ ସ୍ତରୀୟ ସମ୍ବିଧାନ

ହତ୍ୟା ଦିବସ କାର୍ଯକ୍ରମ । ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଭାଗ

ନେବେ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଗିରଫ

ହୋଇଥିବା ଗଣତନ୍ତ୍ର ସେନାନୀ ମାନଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ । ସେ

ସମୟରେ ଗିରଫ ହୋଇଥିବା 56 ଜଣଙ୍କୁ ସରକାର ପେନସନ ଦେଉଛନ୍ତି । ଆହୁରି 52 ଜଣଙ୍କୁ ନାମ ମଧ୍ୟ ସାମିଲ କରାଯାଇଛି । ଏହାସହ ରାଜ୍ୟ

ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚ ଶିକ୍ଷା ବିଭାଗର ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି

। 1975 ଜୁନ 25 ମସିହାରେ ସମ୍ବିଧାନ ହତ୍ୟା ହୋଇଥିଲା । ଜରୁରୀକାଳୀନ

ପରିସ୍ଥିତି ଲାଗୁ ହେଇଥିଲା । ତାହାର 50 ବର୍ଷ ପୂର୍ତ୍ତି ପାଳନ ହେବ । ସମ୍ବିଧାନର

ସାର୍ବଭୌମତ୍ୱ ପାଇଁ ଯାହା କରିବା କଥା କରାଯିବ ।

ପୂର୍ବରୁ ଯାହା ଭୁଲ ହୋଇଛି ତାକୁ ସୁଧାରିବାର ଅବସର ଆସିଛି । ତାକୁ ଯେଉଁମାନେ ବିରୋଧ

କରୁଛନ୍ତି, ଏହା ସମ୍ବିଧାନ ପ୍ରତି

ସମ୍ମାନ ନୁହେଁ ବୋଲି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande