କେନ୍ଦୁଝରରେ ଦୁର୍ଘଟଣାରେ ଅଭିନେଇ ଲୁଗୁନଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ପରିଜନଙ୍କୁ 4ଲକ୍ଷ ସହାୟତା ଘୋଷଣା
ଭୁବନେଶ୍ୱର, 24 ଜୁନ୍ (ହି.ସ.)- କେନ୍ଦୁଝର ଜିଲ୍ଲାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଅଭିନେଇ ଲୁଗୁନଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହାସହ ମୁ
କେନ୍ଦୁଝରରେ ଦୁର୍ଘଟଣାରେ ଅଭିନେଇ ଲୁଗୁନଙ୍କ ମୃତ୍ୟୁରେ     ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ପରିଜନଙ୍କୁ 4ଲକ୍ଷ ସହାୟତା ଘୋଷଣା


ଭୁବନେଶ୍ୱର, 24 ଜୁନ୍ (ହି.ସ.)- କେନ୍ଦୁଝର

ଜିଲ୍ଲାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଅଭିନେଇ ଲୁଗୁନଙ୍କ ପ୍ରାଣହାନି ବିଷୟରେ ଜାଣି

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ

ପ୍ରତି ସମବେଦନା ଜଣାଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାରେ ଆହତମାନଙ୍କ ଆଶୁ ଆରୋଗ୍ୟ

କାମନା କରିଛନ୍ତି ଓ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ

ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande