ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଦଳିତଙ୍କୁ ଗୋ ରକ୍ଷକଙ୍କ ନିର୍ଯ୍ୟାତନା ଘଟଣା । ପ୍ରତିକ୍ରିୟା ରଖିଲେ
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ସଭ୍ୟ ସମାଜରେ ଏଭଳି ଘଟଣା ନିନ୍ଦନୀୟ ।
ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି କାର୍ଯ୍ୟାନୁଷ୍ଠାନ ନିଆଯାଉ । କଂଗ୍ରେସ ପକ୍ଷରୁ ଫ୍ୟାକ୍ଟ
ଫାଇଣ୍ଡିଙ୍ଗ ଟିମ ଗଠନ ହୋଇଛି । ଆମେ ଆସନ୍ତାକାଲି ଘଟଣା ସ୍ଥଳକୁ ଯିବୁ । ଏହି ସରକାରରେ ଏଭଳି
ଘୃଣ୍ୟ କାର୍ଯ୍ୟ ବଢି ଚାଲିଛି । ଆମର ନେତା ରାହୁଲ ଗାନ୍ଧୀ ମଧ୍ୟ ନିନ୍ଦା କରିଛନ୍ତି ବୋଲି ସେ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା