ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମିଛି, ହେଲେ ବିପଦ ଟଳିନାହିଁ
ଧର୍ମଶାଳା, ୨୪ ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକରୁ ପ୍ରଥମେ ଆରମ୍ଭ ହୋଇଥିବା ଝାଡାବାନ୍ତି ସଂକ୍ରମଣ ଏବେ ଧିରେ ଧିରେ କମୁଛି । ହେଲେ ପିବଦ ଏବେବି ଟଳି ନାହିଁ । ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବ୍ଲକର ବିଭିନ୍ନ ଛକ ବଜାରେ ରହିଥିବା ଗୁପଚୁପ,ଚାଟ, ହୋଟେଲ, ଜଳଖିଆ ଦୋକାନ
ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମିଛି, ହେଲେ ବିପଦ ଟଳିନାହିଁ


ଧର୍ମଶାଳା, ୨୪ ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକରୁ ପ୍ରଥମେ ଆରମ୍ଭ ହୋଇଥିବା ଝାଡାବାନ୍ତି ସଂକ୍ରମଣ ଏବେ ଧିରେ ଧିରେ କମୁଛି । ହେଲେ ପିବଦ ଏବେବି ଟଳି ନାହିଁ । ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବ୍ଲକର ବିଭିନ୍ନ ଛକ ବଜାରେ ରହିଥିବା ଗୁପଚୁପ,ଚାଟ, ହୋଟେଲ, ଜଳଖିଆ ଦୋକାନ ସମେତ ଚିକନ ଓ ମାଛ ଦୋକାନକୁ ପ୍ରଶାସନ ପକ୍ଷରୁ ୫ ଦିନ ହେଲା ବନ୍ଦ କରିଦିଆଯାଇଛି । ଫଳରେ ଗରିବ ବ୍ୟବସାୟୀମାନେ ନାନା ଅସୁବିଧାରେ ଗତି କରୁଥିଲେ ହେଁ ଏଗୁଡିକ ବନ୍ଦ ରହିବା ଫଳରେ ଝାଡାବାନ୍ତି ସଂକ୍ରମଣରେ କିଛିଟା ରୋକ ଲାଗିଛି । ପୁର୍ବରୁ ଯେଉଁ ପରିମାଣରେ ଆକ୍ରାନ୍ତ ଡାକ୍ତଖାନାକୁ ଆସୁଥିଲେ ଏବେ ତାହା କମୁଥିବା ପରିଲିଖିତ ହୋଇଛି । ଅନ୍ୟପଟେ ଝାଡାବାନ୍ତି ହେବା ମାତ୍ରେ ଅକ୍ରାନ୍ତମାନେ ନିକଟସ୍ଥ ଡାକ୍ତରଖାନାକୁ ଆସି ଚିକିତ୍ସିତ ହେବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଯାହା ଫଳରେ ଏବେ ଲୋକମାନଙ୍କ ମଧ୍ୟରେ ସଚେତନତା ବଡିଛି । ତେବେ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଆସୁଥିବା ଝାଡାବାନ୍ତି ଆକ୍ରାନ୍ତମାନେ ଏତେଟା ଗୁରୁତର ହୋଇ ନଥିବା ଜଣାଯାଇଛି । ଡାକ୍ତଖାନାକୁ ଆସୁଥିବା ମଇଲ୍ଡ ଝାଡାବାନ୍ତି ରୋଗୀମାନଙ୍କୁ ଆଡମିଶନ କରାଯାଇ ଚିକିତ୍ସା ପରେ ଛଡାଯାଉଛି । ତେବେ ଗତକାଲି ୧୮ ଜଣ ଆକ୍ରାନ୍ତ ଧର୍ମଶାଳା ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବେଳେ ଆଜି ଏହି ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ହେଲେ ଡକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତ ଆକ୍ରାନ୍ତ ଭଲ ସ୍ଥିତିରେ ଅଛନ୍ତି ଏବଂ କାଲି ସକାଳେ ଅନେକଙ୍କୁ ଡିସଚାର୍ଜ କରିଦିଆଯିବ ବୋଲି ଗୋଷ୍ଠି ସ୍ୱସ୍ଥ୍ୟକେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି । ତେଣେ ସ୍ୱସ୍ଥ୍ୟ ବିଭଗ କର୍ମଚାରୀମାନେ ଗାଁକୁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରିବା ସହିତ ଜଳ ଉତ୍ସ ଗୁଡିକୁ ବିଶୋଧନ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ରୋଗ କେବେ ସମ୍ପୁର୍ଣ୍ଣ ଦୁର ହେବ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande