ଡାଇରିଆ ମୁକାବିଲା- 30 ଜିଲ୍ଲାର 98 ପ୍ରତିଶତ ପାନୀୟଜଳ ବିଶୋଧନ
ଭୁବନେଶ୍ୱର, 24 ଜୁନ୍ (ହି.ସ.)-ଡାଇରିଆ ସ୍ଥିତିକୁ ନେଇ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ତତ୍ପରତା ଦେଖାଇଛି । 30 ଜିଲ୍ଲାର 98 ପ୍ରତିଶତ ପାନୀୟଜଳ ବିଶୋଧନ କରି ସାରିଲାଣି ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ । ଏନେଇ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦ
ଡାଇରିଆ ମୁକାବିଲା- 30 ଜିଲ୍ଲାର 98 ପ୍ରତିଶତ     ପାନୀୟଜଳ ବିଶୋଧନ


ଭୁବନେଶ୍ୱର, 24 ଜୁନ୍ (ହି.ସ.)-ଡାଇରିଆ ସ୍ଥିତିକୁ ନେଇ ପଞ୍ଚାୟତରାଜ ଏବଂ ପାନୀୟ

ଜଳ ବିଭାଗ ତତ୍ପରତା ଦେଖାଇଛି । 30 ଜିଲ୍ଲାର 98 ପ୍ରତିଶତ

ପାନୀୟଜଳ ବିଶୋଧନ କରି ସାରିଲାଣି ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ । ଏନେଇ ବିଭାଗୀୟ

ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି ।2 ଦିନ ଭିତରେ ସମସ୍ତ ପାନୀୟ ବିଶୋଧନ କାମ

ସରିବ । 5 ଲକ୍ଷ 40 ହଜାର ଟ୍ୟୁବେଲ ଏବଂ 15000 ଓଏସଟି

ବିଶୋଧନ ହୋଇଛି । 21000 ବୋରୱେଲ ମଧ୍ୟ ବିଶୋଧନ କରାଯାଇଛି ।

ଘରୋଇ ଓପନ ୱେଲ ବି ବିଶୋଧନ କରିଛୁ । ହଇଜା ସ୍ଥିତିକୁ ଦେଖି ବିଭାଗ ତତ୍ପରତା ସହ କାମ କରୁଛି

ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande