ଭୁବନେଶ୍ୱର, 24 ଜୁନ୍ (ହି.ସ.)ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ର ଉପରେ ଆଲୋକପାତ କଲେ ଉପମୁଖ୍ୟମନ୍ତ୍ରୀ
ଶ୍ରୀ କେ ଭି ସିଂହଦେଓ
- କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ମନୋହରଲାଲଙ୍କ
ଅଧ୍ୟକ୍ଷତାରେ ଆଜି ବିହାରର ପାଟନାରେ ପୂର୍ବାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ରାଜ୍ୟ
ଶକ୍ତି ମନ୍ତ୍ରୀ ଏବଂ ଶକ୍ତି ସଚିବମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଓଡ଼ିଶା ସରକାରଙ୍କ
ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସମ୍ମିଳନୀରେ ଯୋଗ ଦେଇ
ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ, ଓଡ଼ିଶା ଏକ ସ୍ଥିର, ସବୁଜ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ
ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରତିବଦ୍ଧ। ନବୀକରଣୀୟ, ସୁଦୃଢ଼ ପରିବହନ ଯୋଜନା, ସାଇବର ସୁରକ୍ଷା ଏବଂ ଆର୍ଥିକ
ସଂସ୍କାରରେ ରଣନୈତିକ ନୀତି ମାଧ୍ୟମରେ, ଆମେ ଶକ୍ତି କ୍ଷେତ୍ରରେ ଏକ ମଡେଲ ରାଜ୍ୟ ହେବାକୁ ଲକ୍ଷ୍ୟ ରଖିଛୁ।
ଶ୍ରୀ ସିଂହଦେଓ ପୁନର୍ବାର ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ
ଯେ, ଓଡ଼ିଶା ସଫଳତାର ସହ ଏକ ଶକ୍ତି-ପର୍ଯ୍ୟାପ୍ତ ରାଜ୍ୟରୁ ଏକ ଶକ୍ତି-ସଶକ୍ତ ରାଜ୍ୟରେ ପରିଣତ
ହୋଇଛି। ରାଜ୍ୟର ସର୍ବାଧିକ ୬,୨୪୨ ମେଗାୱାଟ୍ ବିଦ୍ୟୁତ୍ ଚାହିଦା ପୂରଣ କରାଯାଇଛି। ୨୦୩୬ ସୁଦ୍ଧା, ଓଡ଼ିଶାର ୬୧ପ୍ରତିଶତ ବିଦ୍ୟୁତ୍ ଅଣ-ଜୀବାଶ୍ମ
ଉତ୍ସରୁ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ୨୦୩୬ ସୁଦ୍ଧା ମୋଟ ୧୧,୨୯୪ ମେଗାୱାଟ୍ ବିଦ୍ୟୁତ୍ ଯୋଡିବାକୁ
ଯୋଜନା କରିଛି, ଯେଉଁଥିରେ ସୌର, ପବନ, ଜଳ ଏବଂ ପମ୍ପଡ୍ ଷ୍ଟୋରେଜ୍ ଅନ୍ତର୍ଭୁକ୍ତ ଅଟେ । ଏଥିରୁ ୩,୯୦୪ ମେଗାୱାଟ୍ ପାଇଁ ପୂର୍ବରୁ
ଚୁକ୍ତିନାମା କରାଯାଇଛି। ଗ୍ରୀଡ୍ ବିଫଳତା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ
କରିବା ପାଇଁ ଆଇଲ୍ୟାଣ୍ଡିଂ ଯୋଜନା ମାଧ୍ୟମରେ ଓଡ଼ିଶା ଗ୍ରୀଡ୍ ସ୍ଥିରତା ହାସଲ କରିଛି। ୨୦୩୦
ସୁଦ୍ଧା, ଓଡ଼ିଶାରେ ୨୨୫ଟି ସବଷ୍ଟେସନ୍ ଏବଂ ୨୦,୯୩୯ ସିକେଏମ୍ଟ୍ରାନ୍ସମିସନ୍ ଲାଇନ୍ ରହିବ ଯାହାର ମୋଟ ପରିବର୍ତ୍ତନ କ୍ଷମତା ୪୫,୩୬୯ ଏମଭିଏହେବ। ନବୀକରଣୀୟ ଶକ୍ତି ନିଷ୍କାସନ
କରିଡର ବିକଶିତ କରାଯାଉଛି, ଯେଉଁଥିରେ ହୀରାକୁଦ-କୋଲାବିରା-ଡୁବୁରୀ, ଇନ୍ଦ୍ରାବତୀ-ଥେରୁବାଲି-ଗୋପାଳପୁର, ଥେରୁବାଲି-ଜୟନଗର ୪୦୦କେଭି ଏଲଆଇଏଲଓଜୟପୁର ପୁଲିଂ ଷ୍ଟେସନ ଠାରେ, ବାଲିମେଳାରୁ କୋଲାବରୁ ଜୟନଗର
ଅନ୍ତର୍ଭୁକ୍ତ ଅଟେ ।
ଡିସକମ୍ ର ଆର୍ଥିକ ସ୍ୱାସ୍ଥ୍ୟ ବିଷୟରେ ଶ୍ରୀ ସିଂହଦେଓ
କହିଛନ୍ତି ଯେ, ବୈଷୟିକ ଓ ବାଣିଜ୍ୟ କ୍ଷତି ଆର୍ଥିକ ବର୍ଷ ୨୦୨୧ରେ ୨୯.୫ପ୍ରତିଶତରୁ ଆର୍ଥିକ ବର୍ଷ ୨୦୨୫
ମଧ୍ୟରେ ୧୬.୫ପ୍ରତିଶତ ପ୍ରତିଶତକୁ ହ୍ରାସ ପାଇଛି। ଏହାସହିତ, ଚାରୋଟି ଡିସକମ୍ ମଧ୍ୟରୁ ତିନୋଟି
ବିଦ୍ୟୁତ ବଣ୍ଟନ ଉପଯୋଗିତାର ଦ୍ୱାଦଶ ଏବଂ ତ୍ରୟୋଦଶ ବାର୍ଷିକ ରାଙ୍କିଂରେ ଏ ପ୍ଲସରେଟିଂ ପାଇଛି ଏବଂ ଭାରତର ଶ୍ରେଷ୍ଠ
୧୦ଟି କାର୍ଯ୍ୟକ୍ଷମ ଡିସକମ୍ ମଧ୍ୟରେ ସ୍ଥାନ ପାଇଛି।
ପୁନଃନିର୍ମିତ ବଣ୍ଟନ କ୍ଷେତ୍ର ଯୋଜନାଅଧୀନରେ ୬୨୮୪ କୋଟି ଟଙ୍କାର ପାଣ୍ଠି
ମଞ୍ଜୁର କରିବାରେ ଉପମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କଠାରୁ ସମର୍ଥନ ଲୋଡ଼ିଛନ୍ତି । ବିପର୍ଯ୍ୟୟ
ପ୍ରତିରୋଧୀ ବିଦ୍ୟୁତ ଭିତ୍ତିଭୂମି ପାଇଁ କେନ୍ଦ୍ରୀୟ ଆର୍ଥିକ ସହାୟତା, ଏନଏଲସି ତଲାବିରା ଦ୍ଵିତୀୟ ପର୍ଯ୍ୟାୟ
ପ୍ରକଳ୍ପରୁ ଓଡ଼ିଶାକୁ ୮୦୦ ମେଗାୱାଟ ବିଦ୍ୟୁତ ଆବଣ୍ଟନ, ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ, ଓଡ଼ିଶାରେ ଭାସମାନ ସୌର ପ୍ରକଳ୍ପ, ଅଫଶୋର ପବନ ପ୍ରକଳ୍ପ ଏବଂ ଓଡ଼ିଶା
ଉପକୂଳରେ ଜୁଆର ସମ୍ଭାବନାର ଅଧ୍ୟୟନ ସହିତ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ପାଇଁ ସାଧନଯୋଗ୍ୟ ଅନ୍ତର
ପାଣ୍ଠି ପାଇଁ ଓଡ଼ିଶାରେ ସବୁଜ ଶକ୍ତି ପରିବହନ କରିଡର ପ୍ରକଳ୍ପ ଅଧୀନରେ କେନ୍ଦ୍ରୀୟ ଆର୍ଥିକ
ସହାୟତା ମଞ୍ଜୁର ପାଇଁ ସହାୟତା ମାଗିଛନ୍ତି ।
ରାଜ୍ୟ କ୍ଷତିପୂରଣ ସେସ୍ ଟନ ପିଛା ୪୦୦ ଟଙ୍କା ଛାଡ଼, ଭାରତ ସରକାରଙ୍କ ଜଙ୍ଗଲ ପରିବେଶ ଓ
ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ପାଉଁଶ ବ୍ୟବହାର ଅନୁପାଳନ ଲକ୍ଷ୍ୟରେ ଛାଡ଼ ଏବଂ ଫ୍ଲାଏ-ଆଶ୍
ର ପରିଚାଳନା ନିମନ୍ତେ ଏମସିଏଲର ଖାଲି ଥିବା ଖଣିର ଆବଣ୍ଟନ। ଟ୍ରାନ୍ସମିସନ୍ ଲାଇନ ପ୍ରକଳ୍ପ
କ୍ଷେତ୍ରରେ ଜଙ୍ଗଲ କ୍ଲିୟରାନ୍ସ ପାଇଁ ଏଫଆରଏ, 2006 ଅନୁଯାୟୀ ଆପତ୍ତିବିହୀନ ପ୍ରମାଣ ପତ୍ରପାଇବା ପାଇଁ ସର୍ତ୍ତରେ ଛାଡ଼ ଇତ୍ୟାଦି
ଉପରେ ଶ୍ରୀ ସିଂହଦେଓ ଭାରତ ସରକାରଙ୍କ ସହାୟତା କାମନା କରିଛନ୍ତି । ସମ୍ମିଳନୀରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ
ବିଶାଳ ଦେବ, ସିଏମଡ଼ି ଓପିଟିସିଏଲ୍, ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ମଧ୍ୟ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା