ଚାରିଛକ ଠାରେ କନ୍ଧ ଗଉଡ଼ ସମାଜ ମହିଳା ସଶକ୍ତି ସେବା ସମିତି ପକ୍ଷରୁ ମହାସମାବେଶ ଅନୁଷ୍ଠିତ : ତଅଁଳା ଗଉଡ଼ ଓ କନ୍ଧ ଗଉଡ଼ ନାମକୁ ଯାଞ୍ଚ କରି ଜାତି ପ୍ରମାଣ ପତ୍ର ପ୍ରଦାନ କରାଯିବାକୁ ଦାବି
ବୌଦ୍ଧ, ୨୪ ଜୁନ୍ (ହି.ସ.)- ପିଲାମାନଙ୍କ ଉଚ୍ଚ ଶିକ୍ଷା ଗ୍ରହଣ କରିବା ଓ ଅନ୍ୟାନ୍ୟ କ୍ଷେତ୍ରରେ ସଠିକ ଜାତି ପ୍ରମାଣ ପତ୍ର ମିଳୁନଥିବାରୁ ଆଦିବାସୀ କନ୍ଧଗଉଡ଼ ସମାଜ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି l ତଅଁଳା ଗଉଡ଼ ଓ କନ୍ଧ ଗଉଡ଼ ନାମକୁ ଯାଞ୍ଚ କରି ତୁରନ୍ତ ଜାତି ପ୍ରମାଣ ପତ୍ର ପ୍ରଦାନ କରାଯିବାକୁ ଦାବ
ଚାରିଛକ ଠାରେ କନ୍ଧ ଗଉଡ଼ ସମାଜ ମହିଳା ସଶକ୍ତି ସେବା ସମିତି ପକ୍ଷରୁ ମହାସମାବେଶ ଅନୁଷ୍ଠିତ : ତଅଁଳା ଗଉଡ଼ ଓ କନ୍ଧ ଗଉଡ଼ ନାମକୁ ଯାଞ୍ଚ କରି ଜାତି ପ୍ରମାଣ ପତ୍ର ପ୍ରଦାନ କରାଯିବାକୁ ଦାବି


ବୌଦ୍ଧ, ୨୪ ଜୁନ୍ (ହି.ସ.)- ପିଲାମାନଙ୍କ ଉଚ୍ଚ ଶିକ୍ଷା ଗ୍ରହଣ କରିବା ଓ ଅନ୍ୟାନ୍ୟ କ୍ଷେତ୍ରରେ ସଠିକ ଜାତି ପ୍ରମାଣ ପତ୍ର ମିଳୁନଥିବାରୁ ଆଦିବାସୀ କନ୍ଧଗଉଡ଼ ସମାଜ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି l ତଅଁଳା ଗଉଡ଼ ଓ କନ୍ଧ ଗଉଡ଼ ନାମକୁ ଯାଞ୍ଚ କରି ତୁରନ୍ତ ଜାତି ପ୍ରମାଣ ପତ୍ର ପ୍ରଦାନ କରାଯିବାକୁ ଦାବି କରାଯାଇଛି l ଚାରିଛକ ଠାରେ କନ୍ଧ ଗଉଡ଼ ସମାଜ ମହିଳା ସଶକ୍ତି ସେବା ସମିତି ପକ୍ଷରୁ ଏକ ମହାସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ହରଭଙ୍ଗା ତହସିଲଦାର ବଳଦେବ ବେହେରା ଯୋଗଦେଇଥିଲେ l ସମାବେଶରେ ଆଇନଜୀବୀ କଳ୍ପନା ନାୟକ, ଆଇନଜୀବୀ ଅମୀୟ ରଞ୍ଜନ ନାୟକ, ଆଇନଜୀବୀ ସତ୍ୟନାରାୟଣ ବେହେରା, ନୟାଗଡ ସମାଜ ସଭାପତି ରେବତୀ ବେହେରା ଓ ବୌଦ୍ଧ ସଭାପତି ଚନ୍ଦ୍ରିକା ପ୍ରଧାନଙ୍କ ସମେତ ବୌଦ୍ଧ, ନୟାଗଡ଼, କନ୍ଧମାଳ, ଗଂଜାମ ଜିଲ୍ଲାର କନ୍ଧଗଉଡ଼ ସମାଜର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ । ବୌଦ୍ଧ ବିଧାୟକଙ୍କ ନିକଟରେ ବୌଦ୍ଧ ଜିଲ୍ଲା ଆଦିବାସୀ କନ୍ଧ ଗଉଡ଼ ସମାଜ ସେବା ସମିତି ପକ୍ଷରୁ ବୌଦ୍ଧ ଜିଲ୍ଲାରେ ବାସ କରୁଥିବା ଆଦିବାସୀ କନ୍ଧ ଗଉଡ଼ ସମ୍ପ୍ରଦାୟ ଜାତିରେ ତ୍ରୁଟି ରହିଥିବା ଆପତ୍ତି ଅଭିଯୋଗ କରାଯାଇଥିଲା । କନ୍ଧ ଗଉଡ଼ର ଅନ୍ୟ ନାମ ତଅଁଳା ଗଉଡ଼ରେ ପ୍ରମାଣିତ ହୋଇ ଜାତି ସମାଜରେ ପ୍ରଚଳିତ ହୋଇ ଆସୁଥିଲା l ତେଣୁ ତଅଁଳା ଗଉଡ଼ ଓ କନ୍ଧ ଗଉଡ଼ ନାମକୁ ଯାଞ୍ଜ କରି ତୁରନ୍ତ ତଦନ୍ତ କରି ତଅଁଳା ଗଉଡ଼ ଜମିପଟା ଦ୍ୱାରା ଆଦିବାସୀ କନ୍ଧଗଉଡ଼ ପ୍ରମାଣ ପତ୍ର ସାର୍ଟିଫିକେଟ ପ୍ରଦାନ କରାଯିବାକୁ ଦାବି କରିଛି ସମିତି । ଏହା ହେବାଦ୍ଵାରା ପିଲାମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବାରେ ସହଯୋଗ ମିଳିବ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା


 rajesh pande