ମୋଦକ ଚୋରି ଘଟଣା ଦାୟିତ୍ୱ ହୀନତା- ବିଜେଡି
ଭୁବନେଶ୍ୱର, 24 ଜୁନ୍ (ହି.ସ.) - ମୋଦକ ଚୋରି ନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରା ପ୍ରତିକ୍ରିୟା ରଖିଛନ୍ତି । ମୋଦକ ଚୋରି ହେଲା କେମିତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଯଦି ମୋଦକ ଚୋରି ହେଇଗଲା ତେବେ ଠାକୁର ସୁସ୍ଥ ହେବେ କେମିତି ? ରଥାରୁଢ଼ ହୋଇ ଦର୍ଶନ କେମିତି ଦେବେ ? ଏହ
ମୋଦକ ଚୋରି ଘଟଣା ଦାୟିତ୍ୱ ହୀନତା- ବିଜେଡି


ଭୁବନେଶ୍ୱର, 24 ଜୁନ୍ (ହି.ସ.)

- ମୋଦକ ଚୋରି ନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରା ପ୍ରତିକ୍ରିୟା ରଖିଛନ୍ତି

। ମୋଦକ ଚୋରି ହେଲା କେମିତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଯଦି ମୋଦକ ଚୋରି ହେଇଗଲା ତେବେ

ଠାକୁର ସୁସ୍ଥ ହେବେ କେମିତି ? ରଥାରୁଢ଼ ହୋଇ ଦର୍ଶନ କେମିତି ଦେବେ ? ଏହା ଦାୟିତ୍ଵ ହୀନତା ବୋଲି ସେ କହିଛନ୍ତି । ଏତେ ଅନୁଭବୀ ଓ ବରିଷ୍ଠ ଅଧିକାରୀ ଥାଉ ଥାଉ

ମୋଦକ ହଜିଲା କେମିତି ?

ତ୍ରୁଟିଶୂନ୍ୟ ରଥଯାତ୍ରା କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କିନ୍ତୁ

ଆରମ୍ଭରୁ ତ୍ରୁଟି ଦେଖାଦେଲାଣି । ସରକାର ଏହା ଉପରେ ତୁରନ୍ତ ତଦନ୍ତ କରି ପଦକ୍ଷେପ ନିଅନ୍ତୁ ।

ସରକାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଅନ୍ତୁ । ଭକ୍ତଙ୍କ ଭିତରେ ଥିବା ବ୍ୟଥା ଓ ସନ୍ଦେହକୁ

ଦୂର କରନ୍ତୁ ସରକାର ବୋଲି ସେ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande