ଭୁବନେଶ୍ୱର, 24 ଜୁନ୍ (ହି.ସ.)
- ଲୋଇସିଂହାରେ ସମଲେଶ୍ୱରୀ ଏକ୍ସପ୍ରେସ ରହଣି ପାଇଁ ଅନୁମତି ମିଳିବା ପରେ ପିଏମ
ମୋଦି ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ
ମନ୍ତ୍ରୀ କହିଛନ୍ତି ଯେ, ହାୱଡା-ଜଗଦଲପୁର ସମଲେଶ୍ଵରୀ ଏକ୍ସପ୍ରେସକୁ ଲୋଇସିଂହା ଠାରେ ରହଣି ପାଇଁ ରେଳ ବିଭାଗ ତରଫରୁ ଅନୁମତି ପ୍ରଦାନ କରାଯାଇଛି। ବିଗତ ଦିନରେ
ଦିଲ୍ଲୀ ଗସ୍ତ କରି ରେଳମନ୍ତ୍ରୀଙ୍କୁ ଭେଟିବା ସହ ଏ ସମ୍ପର୍କରେ ଆଲୋଚନା କରିଥିଲି। ଆଜି ଏହି
ପ୍ରତିଶ୍ରୁତି ପୂରଣ ହୋଇଛି।
ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଲୋଇସିଂହାବାସୀଙ୍କ ବହୁ ଦିନର ଏ
ଦାବିକୁ ପୂରଣ କରିଥିବାରୁ ଅଞ୍ଚଳବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ
ଶ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।
ଏହା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ଏବଂ ଗମନାଗମନ କ୍ଷେତ୍ରରେ ନିଶ୍ଚିତ ଭାବେ
ଉନ୍ନତି ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା