ଭୁବନେଶ୍ୱର, 24 ଜୁନ୍ (ହି.ସ.)- ବିଧାନସଭାରେ ପାଳନ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ
ଶ୍ରାଦ୍ଧ ଦିବସ । ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃତ୍ୱ
ଉପସ୍ଥିତ ରହିଥିଲେ । ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ
ତାଙ୍କ ସ୍ମୃତି ଚାରଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି
ତାଙ୍କର ଅବଦାନ ଓଡ଼ିଶା ପାଇଁ ଅନନ୍ୟ । ସେ ଓଡ଼ିଶା ପାଇଁ ଏକ ସ୍ରଷ୍ଟା ଥିଲେ । ଆମ ରାଜ୍ୟର
ସଂଗ୍ରାମୀ ମଣିଷ ନବକୃଷ୍ଣ ଚୌଧୁରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା