ଭୁବନେଶ୍ୱର, 24 ଜୁନ୍ (ହି.ସ.)
- ଓଡ଼ିଶା ଏନଏସଏସ କନଭେନସନ୍- 2025 ଆୟୋଜିତ ହୋଇ ଯାଇଛି। କୃଷି ସମ୍ପ୍ରସାରଣ ପରିଚାଳନା ପ୍ରତିଷ୍ଠାନ
ଶିରିପୂର୍ ଭୁବନେଶ୍ବରରେ ଓଡ଼ିଶା ଜାତୀୟ ସେବା ଯୋଜନା ଶାଖା ପକ୍ଷରୁ ଏନଏସଏସ କନଭେନସନ୍ 2025ର ୨ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି। ସରକାରୀ ଯୋଜନାର କାର୍ଯ୍ୟକାରିତା ସହ ବୃକ୍ଷ
ରୋପଣ ,ମାଇ ଭାରତଅଧିନରେ ବିଭିନ୍ନ କଲେଜ ଓ କମୁନିଟିକୁ ଯାଇ ସଚେତନତା ସୃଷ୍ଟି
କରାଯିବା ଭଳି ଅନେକ କାର୍ଯ୍ୟ ଏହି କର୍ମଶାଳାରେ ଆଲୋଚନା କରାଯିବ । ଗତ ବର୍ଷ 2 ଲକ୍ଷ ବୃକ୍ଷ ରୋପଣ କରାଯାଇ ଥିବା ବେଳେ ଏଥର 5 ଲକ୍ଷ ବୃକ୍ଷ ରୋପଣ ପାଇଁ ଯୋଜନା କରାଯାଇଛି। ଏହା ସହ ଉଚ୍ଚ
ଶିକ୍ଷା ବିଭାଗ ପକ୍ଷରୁ ଦିଆ ଯାଇଥିବା ବିଭିନ୍ନ ଫଣ୍ଡ ଗୁଡ଼ିକର କିଭଳି ସଦୁପଯୋଗ କରାଯିବା ସେ
ନେଇ ଏକ ସ୍ଵତନ୍ତ୍ର ରୋଡ଼ ମ୍ୟାପ ପ୍ରସ୍ତୁତ କରାଯିବ ବୋଲି ଏନଏସଏସର ଅଧିକାରି ମାନେ କହିଛନ୍ତି।
ଓଡ଼ିଶା ଜାତୀୟ ସେବା ଯୋଜନା ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ସହ
କଲେଜରେ ଦାୟିତ୍ଵରେ ଥିବା ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା