ମୋଦକ ଚୋରି ଘଟଣାର ତଦନ୍ତ ଦାବି କଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ
ଭୁବନେଶ୍ୱର, ୨୪ ଜୁନ୍ (ହି.ସ) - ଶ୍ରୀମନ୍ଦିରରୁ ମୋଦକ ଚୋରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ।ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ସମ୍ପାଦକ ଅଜୟ କୁମାର ରାଉତ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବର
ମୋଦକ ଚୋରି ଘଟଣାର ତଦନ୍ତ ଦାବି କଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ


ଭୁବନେଶ୍ୱର, ୨୪ ଜୁନ୍ (ହି.ସ) - ଶ୍ରୀମନ୍ଦିରରୁ ମୋଦକ ଚୋରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ।ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ସମ୍ପାଦକ ଅଜୟ କୁମାର ରାଉତ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନବସର ନୀତି ସମୟରେ ଦଶମୂଳ ମୋଦକ ଚୋରି ଘଟଣା ସମଗ୍ର ଓଡ଼ିଶାବାସୀ ତଥା ସମ୍ପୂର୍ଣ ହିନ୍ଦୁ ସମାଜକୁ ଗଭୀର ଆଘାତ ଓ ବ୍ୟଥିତ କରିଛି। ଏଘଟଣା ଯଦି ବାସ୍ତବ ସତ୍ୟ ହୋଇଥାଏ ତାହେଲେ ଏହା ଅତ୍ୟନ୍ତ ସାଙ୍ଘାତିକ ଓ ଚିନ୍ତାଜନକ ବିଷୟ। ଏଥିରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ନିରପେକ୍ଷ ତଦନ୍ତ କରି ଦୋଷୀ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ନିରବଚ୍ଛିନ୍ନ ଭାବରେ କିଛି କୁଚକ୍ରୀ ଗୋଷ୍ଠୀ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଯେଉଁଭଳି ଭାବେ ଧୂମିଳ ତଥା ନଷ୍ଟ କରୁଛନ୍ତି, ସେଭଳି ବ୍ୟକ୍ତି ବିଶେଷଙ୍କୁ ପ୍ରଶାସନ ଚିହ୍ନଟ କରି ଉପଯୁକ୍ତ ଦଣ୍ଡବିଧାନ କରିବାକୁ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଦାବି କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande