ଭୁବନେଶ୍ୱର, ୨୪ ଜୁନ୍ (ହି.ସ) - କଳିଙ୍ଗ ଷ୍ଟାଡିଅମ ଭିତରେ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଉତ୍କଳ ସମ୍ମିଳନୀ ସମାଚାର ପତ୍ରିକାକୁ ଉନ୍ମୋନ କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହି ଅବସରରେ ଓଡିଆ ଅସ୍ମିତା ଓ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ଉପରେ ସଂସ୍କୃତି ବିଭାଗ, ଓଡିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ସମ୍ମିଳନୀ ମିଳିତ ଭାବରେ କାମ କରିବା ପାଇଁ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଉତ୍କଳ ସମ୍ମିଳନୀ ପକ୍ଷରୁ ମନ୍ତ୍ରୀଙ୍କୁ ଉତରୀୟ ଓ ମଧୁବାବୁଙ୍କ ଫଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଉତ୍କଳ ସମ୍ମିଳନୀ ସଭାପତି ଅନନ୍ତ ପ୍ରସାଦ ଜେନା, ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ସମାଚାର ପତ୍ରିକାର ମୁଖ୍ୟ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା, ଶାଖା ଉପଦେଷ୍ଟା ନିରଞ୍ଜନ ଦାଶ ଓ ନିମାଇଁ ଚରଣ ଦାସଙ୍କ ସହିତ ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶିଳ୍ପାଞ୍ଚଳ ଶାଖା ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି କାର୍ଯ୍ୟକ୍ରମରେ ଭାଗନେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା