ବିକାଶ ବାହନ ଜରିଆରେ 12 ଦିନରେ 45 ହଜାର 993 ଅନ୍ତୋଦ୍ୟାୟ ଗୃହ ଯୋଜନାରେ ଘର
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଦେଢ଼ ଲକ୍ଷ କିଲୋମିଟର ଯାତ୍ରା କରି ଲୋକଙ୍କ ପାଖରେ ବିକାଶ ପହଞ୍ଚାଉଛି ବିକାଶ ବାହନ । 12 ଦିନରେ ବିକାଶ ବାହନ ଜରିଆରେ ସିଧାସଳଖ ଲୋକଙ୍କୁ ସରକାରୀ ଯୋଜନାରେ ସାମିଲ କରିଛନ୍ତି ସରକାର । ବିକାଶ ବାହନ ଜରିଆରେ 12 ଦିନରେ 45 ହଜାର 993 ଅନ୍
ବିକାଶ ବାହନ ଜରିଆରେ 12 ଦିନରେ 45 ହଜାର 993     ଅନ୍ତୋଦ୍ୟାୟ ଗୃହ ଯୋଜନାରେ ଘର


ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଦେଢ଼ ଲକ୍ଷ କିଲୋମିଟର ଯାତ୍ରା କରି ଲୋକଙ୍କ

ପାଖରେ ବିକାଶ ପହଞ୍ଚାଉଛି ବିକାଶ ବାହନ । 12 ଦିନରେ ବିକାଶ ବାହନ ଜରିଆରେ ସିଧାସଳଖ

ଲୋକଙ୍କୁ ସରକାରୀ ଯୋଜନାରେ ସାମିଲ କରିଛନ୍ତି ସରକାର । ବିକାଶ ବାହନ ଜରିଆରେ 12 ଦିନରେ 45 ହଜାର 993

ଅନ୍ତୋଦ୍ୟାୟ ଗୃହ ଯୋଜନରେ ଘର ଦିଆଯାଇଛି । 89 ହଜାର 193 ଜବ କାର୍ଡ

ଦିଆଯାଇଛି 47 ହଜାର 342 ନୂଆ ରାସନ କାର୍ଡ ବଣ୍ଟା ଯାଇଛି । 1 ଲକ୍ଷ 32 ହଜାର 933 ସିଏମ

କିଷାନ ଏବଂ 99 ହଜାର 677 କୃଷକଙ୍କୁ ପିଏମ କିଷାନ ସାମିଲ ହୋଇଛି।

1 ଲକ୍ଷ 49 ହଜାର 343 ବରିଷ୍ଠ

ନାଗରିକ ଙ୍କୁ ବାୟୁ ବନ୍ଧନ କାର୍ଡ ଦିଆଯାଇଛି । 13 ହଜାର 038 ଟି

ବ୍ୟକ୍ତିଗତ ପଟା 2285 ଗୋଷ୍ଠୀ ପଟା ଦିଆଯାଇଛି । 59 ହଜାର 697

ହିତାଧିକାରୀଙ୍କୁ ଭତ୍ତା ଦିଆଯାଇଛି । 20 ହଜାର 998 ଜନଧନ

ଆକାଉଣ୍ଟ ଖୋଲିଛୁ 51 ହଜାର 113 ନୂତନ ଆଧାର

କାର୍ଡ, 26 ହଜାର 897 ନୂଆ ଲେବର କାର୍ଡ, 27 ହଜାର 194 ନୂଆ କିଷାନ

କ୍ରେଡିଟ କାର୍ଡ ଦିଆଯାଇଛି । 17 ହଜାର 066 ନିର୍ମାଣ

ଶ୍ରମିକ କାର୍ଡ ଦିଆଯାଇଛି ବୋଲି ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ

କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande