୨୩ ଜୁଲାଇ ତାରିଖରେ ଦିଲ୍ଲୀରେ ପାଳିତ ହେବ ଭାରତୀୟ ମଜଦୁର ସଂଘର ୭୦ତମ ସ୍ଥାପନା ଦିବସ
ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିବେ ମୋହନ ଭାଗବତ ନୂଆଦିଲ୍ଲୀ, 25 ଜୁନ (ହି.ସ) ଭାରତୀୟ ମଜଦୁର ସଂଘ ତାଙ୍କ ସ୍ଥାପନାର ୭୦ ବର୍ଷ ପୂର୍ତ୍ତି ଅବସରରେ ୨୩ ଜୁଲାଇ ତାରିଖରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର୍ ଷ୍ଡାଡିୟମରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିବ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ଵୟ
ବିଏମଏସ


ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିବେ ମୋହନ ଭାଗବତ

ନୂଆଦିଲ୍ଲୀ, 25 ଜୁନ (ହି.ସ) ଭାରତୀୟ ମଜଦୁର ସଂଘ ତାଙ୍କ ସ୍ଥାପନାର ୭୦ ବର୍ଷ ପୂର୍ତ୍ତି ଅବସରରେ ୨୩ ଜୁଲାଇ ତାରିଖରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର୍ ଷ୍ଡାଡିୟମରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିବ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସରସଂଘଚାଳକ ଡ଼ଃ ମୋହନ ଭାଗବତ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିବେ । ଦେଶର ବିଭିନ୍ନ ଅଞ୍ଚଳରୁ ହଜାର ହଜାର କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଭାରତୀୟ ମଜଦୁର ସଂଘର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ରବୀନ୍ଦ୍ର ହିମତେ ବୁଧବାର ଦିଲ୍ଲୀର ହରିୟାଣା ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହି ଅବସରରେ ବିଏମଏସର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଅନୁପମ ଓ ଦିଲ୍ଲୀ ପ୍ରଦେଶ ସାଧାରଣ ସମ୍ପାଦକ ଦୀପେନ୍ଦ୍ର ଚାହାର ମଧ୍ୟ ଉପସ୍ଥିତ ଥିଲେ।

ହିମତେ କହିଛନ୍ତି ଯେ, ଏହି ୭୦ ବର୍ଷର ଯାତ୍ରାର ଉଦ୍‌ଘାଟନ କାର୍ଯ୍ୟକ୍ରମ ଭୋପାଳରେ ଆୟୋଜିତ ହୋଇଥିଲା ଓ ଏହାର ସମାପନୀ କାର୍ଯ୍ୟକ୍ରମ ଦିଲ୍ଲୀରେ ଡ଼ଃ ଭାଗବତଙ୍କ ଉପସ୍ଥିତିରେ ହେବ। ଏଥିରେ ପ୍ରାୟ ୧୧୦ଟି ସଂଗଠନରୁ ୧୦,୦୦୦ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିବେ। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ କରାଯାଇଛି ।

ସେ କହିଛନ୍ତି ଯେ, ଭାରତୀୟ ମଜଦୁର ସଂଘର ସ୍ଥାପନା ୨୩ ଜୁଲାଇ ୧୯୫୫ ରେ ଦ୍ୱିତୀୟ ସରସଂଘଚାଳକ ମାଧବ ସଦାଶିବ ଗୋଲୱାଲକର (ଗୁରୁଜୀ)ଙ୍କ ଆଦେଶରେ ଦତ୍ତୋପନ୍ତ ଠେଙ୍ଗଡ଼ି ଙ୍କ ଦ୍ୱାରା ଭୋପାଳରେ ୩୫ ଜଣ କାର୍ଯ୍ୟକର୍ତ୍ତାଙ୍କ ସହ ହୋଇଥିଲା। ସେ ସମୟରେ ଏହି ସଂଗଠନଙ୍କ ପାଖରେ ନା ସମ୍ବଳ ଥିଲା, ନ ଟଙ୍କା, ନ ସଦସ୍ୟ ସଂଖ୍ୟା ଓ ନା କୌଣସି ପୂର୍ବ ଆଧାର ଥିଲା । କିନ୍ତୁ ସଂଗଠନାତ୍ମକ ପ୍ରତିବଦ୍ଧତା, ରାଷ୍ଟ୍ରବାଦୀ ଚିନ୍ତାଧାରା ଓ ପରିଶ୍ରମୀ କାର୍ଯ୍ୟକର୍ତ୍ତାଙ୍କ ଦୃଢ଼ ପ୍ରଚେଷ୍ଟା ଦ୍ୱାରା ଏହି ସଂଗଠନ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି। ସେ କହିଛନ୍ତି ଯେ, ୧୯୬୭ ମସିହାରେ ଏହାର ପ୍ରଥମ ଅଧିବେଶନ ଦିଲ୍ଲୀରେ ହୋଇଥିଲା ଓ ୧୯୮୦ ପର୍ଯ୍ୟନ୍ତ ଏହି ସଂଗଠନ ଦେଶରେ ଦ୍ୱିତୀୟ ସବୁଠାରୁ ବଡ଼ ଟ୍ରେଡ୍‌ ୟୁନିୟନ୍‌ ଭାବେ ଉଭା ହୋଇଥିଲା। ୧୯୯୦ ମସିହାରେ ହୋଇଥିବା ଭେରିଫିକେସନ୍‌ରେ ଏହା ଦେଶର ସବୁଠାରୁ ବଡ଼ ସଂଗଠନ ଭାବେ ପରିଚିତ ହୋଇଥିଲା ଓ ସେତେବେଳୁ ଆଜି ପର୍ଯ୍ୟନ୍ତ ନିରନ୍ତର ଭାବେ ଶୀର୍ଷସ୍ଥାନରେ ଅଛି।

ସେ କହିଛନ୍ତି ଯେ, ଭାରତୀୟ ମଜଦୁର ସଂଘର ମୂଳ ଆଧାର ହେଉଛି ରାଷ୍ଟ୍ର। ଆମେ ସବୁବେଳେ ରାଷ୍ଟ୍ରକୁ ପ୍ରାଥମିକତା ଦେଇଛୁ, ତା ପରେ ଶିଳ୍ପ ଓ ତା ପରେ ଶ୍ରମିକଙ୍କୁ। ଆମର ବିଶ୍ୱାସ ଯେ, ରାଷ୍ଟ୍ର ସୁରକ୍ଷିତ ରହିଲେ ଶିଳ୍ପ ସୁରକ୍ଷିତ ରହିବେ ଓ ଶିଳ୍ପ ଥିଲେ ହିଁ ଶ୍ରମିକଙ୍କ ଅସ୍ତିତ୍ୱ ରହିବ।

ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ହିମତେ କୋଭିଡ୍-19 ମହାମାରୀ ସମୟରେ ସଂଗଠନର କାର୍ଯ୍ୟକର୍ତ୍ତାମାନଙ୍କ ଭୂମିକା ଉଲ୍ଲେଖ କରି କହିଲେ ଯେ, ଯେତେବେଳେ ସରକାର ମୃତଦେହ ଦାହସଂସ୍କାର ପାଇଁ ପରିବାରର ଲୋକମାନଙ୍କୁ ମନା କରିଥିଲେ, ସେତେବେଳେ ଆମ କାର୍ଯ୍ୟକର୍ତ୍ତାମାନେ ନିଃସ୍ୱାର୍ଥ ଭାବେ ଅନ୍ତିମ କ୍ରିୟା ସଂପନ୍ନ କରିଥିଲେ ଓ ଡାକ୍ତରମାନେ ଓ ରୋଗୀମାନଙ୍କ ସେବାରେ ଲାଗିଥିଲେ। ଅହମଦାବାଦ ବିମାନ ଦୁର୍ଘଟଣାର ଉଲ୍ଲେଖ କରି ସେ କହିଲେ ଯେ, ଭାରତୀୟ ମଜଦୁର ସଂଘ ଓ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କାର୍ଯ୍ୟକର୍ତ୍ତାମାନେ ମିଶି ଉଦ୍ଧାର କାର୍ଯ୍ୟରେ ଭାଗ ନେଇଥିଲେ। ଆଜି ଦେଶର ୨୮ଟି ରାଜ୍ୟରେ ଭାରତୀୟ ମଜଦୁର ସଂଘ ସକ୍ରିୟ ଅଛି ଓ ଏହାଅଧୀନରେ ପ୍ରାୟ ୬,୩୦୦ଟି ସଂଗଠନ କାର୍ଯ୍ୟରତ ଅଛି, ଯାହାର ସଦସ୍ୟ ସଂଖ୍ୟା ୨ କୋଟି ଠାରୁ ଅଧିକ।

କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଅନୁପମ କହିଛନ୍ତି ଯେ, ଭାରତୀୟ ମଜଦୁର ସଂଘ ଆଜି ଦେଶର ଟ୍ରେଡ୍ ୟୁନିଅନ୍ ବ୍ୟବସ୍ଥାରେ ଗୋଟିଏ ଅଲଗା ଓ ଶକ୍ତିଶାଳୀ ପରିଚୟ ରଖିଛି। ସମ୍ପ୍ରତି ଭାରତରେ ହୋଇଥିବା ଜି-୨୦ ସମ୍ମିଳନୀ ଅନ୍ତର୍ଗତ ଲେବର- ର ଅଧ୍ୟକ୍ଷତା ଭାରତୀୟ ମଜଦୁର ସଂଘର ଜାତୀୟ ଅଧ୍ୟକ୍ଷ ହିରଣ୍ମୟ ପାଣ୍ଡ୍ୟା କରିଥିଲେ। ଆନ୍ତର୍ଜାତୀକ ଶ୍ରମ ସଂଗଠନ ର ମଞ୍ଚରେ ମଧ୍ୟ ସଂଘର ପ୍ରତିନିଧିମାନେ ସକ୍ରିୟ ଭାଗ ନେଉଛନ୍ତି। ସେ ଏହି ମଧ୍ୟ କହିଛନ୍ତି ଯେ, ଆମର ଚେଷ୍ଟା ରହେ ଯେ ସରକାର ଓ କର୍ମଚାରୀମାନଙ୍କ ମଧ୍ୟରେ କଥାବାର୍ତା ର ପ୍ରକ୍ରିୟା ସରଳ ଓ ରଚନାତ୍ମକ ଭାବେ ଚାଲିଥାଉ। ପାରମ୍ପାରିକ ୟୁନିଅନ୍ ଚିନ୍ତାଧାରାରୁ ଅଲଗା ହୋଇ ଭାରତୀୟ ମଜଦୁର ସଂଘ ରାଷ୍ଟ୍ରହିତରେ କରିବା କାମ ଓ କାମର ନେବା ପୂରା ଦାମ ଭଳି ନୂତନ ସ୍ଲୋଗାନ୍ ଓ ଦୃଷ୍ଟିକୋଣ ସହ କାର୍ଯ୍ୟ କରୁଛି, ଯାହା ଏକ ସକାରାତ୍ମକ ଓ ରାଷ୍ଟ୍ରହିତମୟ ପଦକ୍ଷେପ।

ଦିଲ୍ଲୀ ପ୍ରଦେଶ ସାଧାରଣ ସମ୍ପାଦକ ଚାହାର କହିଛନ୍ତି ଯେ, ଦିଲ୍ଲୀରେ ଆୟୋଜନ ପାଇଁ ପ୍ରସ୍ତୁତି ବ୍ୟପକ ଭାବରେ ଚାଲିଛି ଓ ସଂଗଠନ ଏହି ଐତିହାସିକ ଅବସରକୁ ସ୍ମୃତିମୟ କରିବା ପାଇଁ ପ୍ରତିବଦ୍ଧ।

ହିନ୍ଦୁସ୍ଥାନ ସମାଚାର /ସମନ୍ୱୟ

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande