ରାୟପୁର, ୨୫ ଜୁନ୍(ହି.ସ.) – ଛତିଶଗଡ଼ ସରକାର ରାଜ୍ୟରେ ଆନ୍ତରିକ ସୁରକ୍ଷାକୁ ଆହୁରି ଅଧିକ ସୁଦୃଢ଼ ହେବା ତଥା ଅବୈଧ ରୂପେ ରହିଥିବା ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ପରିଚୟ ହେତୁ ଉପମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କ ନିର୍ଦ୍ଦେଶ ଉପରେ ପୋଲିସ୍ ବିଭାଗ ଦ୍ୱାରା ଟୋଲ୍ ପ୍ରି ହେଲ୍ପଲାଇନ୍ ନମ୍ବର ୧୮୦୦-୨୩୩-୧୯୦୫ ଜାରି କରାଯାଇଛି, ଯାହା ୨୪ ଘଂଟା ଏବଂ ସପ୍ତାହର ସମସ୍ତ ଦିନରେ ସକ୍ରିୟ ରହିବ। ଏହି ହେଲ୍ପଲାଇନ୍ ମାଧ୍ୟମରେ ରାଜ୍ୟର କୌଣସି ନାଗରିକ, ନିଜ କ୍ଷେତ୍ରରେ ଉପସ୍ଥିତ ସନ୍ଦିଗ୍ଧ ବଙ୍ଗଳାଦେଶୀ ନାଗରିକଙ୍କୁ ଅଥବା ତାଙ୍କ ଗତିବିଧି ସମ୍ବନ୍ଧରେ ସୂଚନା ସିଧା ପୋଲିସ୍ ପ୍ରଶାସନକୁ ଦେଇପାରେ। ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ପୁର୍ଣ୍ଣଭାବେ ଗୋପନୀୟ ରଖାଯିବ, ଯାହାଫଳରେ ଲୋକ ବିନାକୌଣସି ଭୟରେ ରାଷ୍ଟ୍ରହିତରେ ସହଯୋଗ କରିପାରିବେ।
ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି ଯେ ଦେଶର ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ଅଛି। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କ ସୁଶାସନର ସରକାର ରାଜ୍ୟକୁ ଅନୁପ୍ରବେଶକାରୀ ଏବଂ ଅବୈଧ ଗତିବିଧିରୁ ମୁକ୍ତ ରଖିବା ପାଇଁ ପ୍ରତିବଦ୍ଧ ଅଟେ। ଯେପର୍ଯ୍ୟନ୍ତ ଏପରି ତାକତକୁ ମୂଳୋତ୍ପାଟନ କରାନଯାଏ, ସେ ପର୍ଯ୍ୟନ୍ତ ଆମର ନାଗରିକଙ୍କ ସୁରକ୍ଷା ଏବଂ ଶାନ୍ତି ବିପଦରେ ରହିବ। ଏହି ହେଲ୍ପଲାଇନ୍ ସାଧାରଣ ଜନତାଙ୍କୁ ଏକ ସିଧା, ସୁରକ୍ଷିତ ଏବଂ ପ୍ରଭାବୀ ମାଧ୍ୟମ ପ୍ରଦାନ କରେ, ଯେଉଁଥିରେ ସେ ଦେଶହିତରେ ନିଜ ଭାଗିଦାରୀ ପୂରଣ କରିପାରିବେ। ରାଜ୍ୟରେ ଅବୈଧ ବଙ୍ଗଳାଦେଶୀ ନାଗରିକଙ୍କ ସୂଚନା ଉପରେ ଯାଂଚ ଏବଂ ପରିଚୟ କରୁଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି