ବଲାଙ୍ଗୀର, ୨୫ ଜୁନ୍(ହି.ସ.) – ଆଜି ବଲାଙ୍ଗୀର ଭାରରୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପଥରଚେପା ଠାରେ. ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ କାଳରେ ୧୯୭୫ ମସିହା ଜୁନ ୨୫ ତାରିଖ ଦିନ ରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣାକୁ ନେଇ ଆଜି ବିଜେପି ତରଫରୁ କଲା ଦିବସ ପାଳନ କରାଯାଇଥିଲା.୧୯୭୫ ମସିହା ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେ ସମୟରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା ଜାରିକରିଥିବା ଦିବସକୁ ଆଜି କଳା ଦିବସ ରୂପେ ପାଳନ କରାଯାଇଥିଲା। ଭାରତୀୟ ସମ୍ବିଧାନକୁ ଅଣଦେଖା କରି ଲୋକଙ୍କ ଅଧିକାର କୁ ହନନ କରାଯାଇଥିଲା ସମଗ୍ର ଦେଶରେ ରାତାରାତି ଲୋକଙ୍କୁ ଜେଲ ରେ ପୁରାଇ ମୁଁହ ବନ୍ଦ କରା ଯାଇଥିଲା। ଏହି ଦିନକୁ ଆଜି ଭାରତୀୟ ଜନତା ପାର୍ଟି ତରଫରୁ କଳା ଦିବସ ପାଳନ କରାଯାଇଥିଲା. ଏହି କଲାଦିବସ କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟଅତିଥି ଯୋଗଦେଇଥିଲେ.ବିଜେପି ବଲାଙ୍ଗୀର ବିଧାନସଭା ପ୍ରାର୍ଥ ଗୋପାଳଜୀ ପାଣିଗ୍ରାହୀ. ଅମିତ ସିଂ ନିନା. ରଞ୍ଜିତା ପାଣିଗ୍ରାହୀ. ପିତାମ୍ବର ଖମାରି. ମଂଚରେ ଉପସ୍ଥିତ ଥିଲେ.ବିଜେପି ର ବରିଷ୍ଠ କାର୍ଯ୍ୟକର୍ତା ଓ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ