ପ୍ରଧାନ ଶିକ୍ଷକଙ୍କ ଚଂଚକତା, ଗଛ କଟା ଅନୁମତି ଆବେଦନ ପତ୍ର ରେ ଜାଲିଆତି ଅଭିଯୋଗ, କାକଲପଡା ବିଦ୍ୟାଳରୁ ଗଛ କଟା ଘଟଣା
ଜୟପୁର, ୨୫ ଜୁନ୍ (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଂଚାୟତ କାକଲପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚଂଚକତା କରି ବେଆଇନ ଭାବେ ସ୍କୁଲ ପରିସରରୁ ମୂଲ୍ୟବାନ ଶାଗୁଆନ ଗଛ ସହ ଅନ୍ୟନ୍ୟ ମୋଟ ପଚାରୁ ଉର୍ଦ୍ଧ ଗଛ କାଟିଥିବା ଅଭିଯୋଗ ହୋଇଛି । ଏନେଇ ବନାଂଚଳ
ପ୍ରଧାନ ଶିକ୍ଷକଙ୍କ ଚଞ୍ଚକତା, ଗଛ କଟା ଅନୁମତି ଆବେଦନ ପତ୍ର ରେ ଜାଲିଆତି ଅଭିଯୋଗ, କାକଲପଡା ବିଦ୍ୟାଳରୁ ଗଛ କଟା ଘଟଣା


ଜୟପୁର, ୨୫ ଜୁନ୍ (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଂଚାୟତ କାକଲପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚଂଚକତା କରି ବେଆଇନ ଭାବେ ସ୍କୁଲ ପରିସରରୁ ମୂଲ୍ୟବାନ ଶାଗୁଆନ ଗଛ ସହ ଅନ୍ୟନ୍ୟ ମୋଟ ପଚାରୁ ଉର୍ଦ୍ଧ ଗଛ କାଟିଥିବା ଅଭିଯୋଗ ହୋଇଛି । ଏନେଇ ବନାଂଚଳ ଅଧିକାରୀଙ୍କୁ ଏବଂ ବିଇଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗାଁ ଲୋକେ । ଗାଁ ଲୋକଙ୍କ କହିବା ଅନୁଯାଇ, କାକଲପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ହେବ । ଏଥିନେଇ ଆଇଟିଡିଏ ବିଭଗ ପକ୍ଷରୁ ଟେଣ୍ଡର ହୋଇଛି କିନ୍ତୁ କାର୍ଯ୍ୟାଦେଶ ଦିଆଯାଇନାହିଁ । କାର୍ଯ୍ୟଦେଶ ମିଳିବା ପରେ ଠିକାଦାର କାମ ଆରମ୍ଭ କରିବ । ହେଲେ ସ୍କୁଲ ପରିସରରେ ଗଛ ଥିବା ଯୋଗୁଁ କାମ ଆରମ୍ଭ ପୂର୍ବରୁ ଆଇଟିଡିଏ ବିଭାଗ ପକ୍ଷରୁ ବନ ବିଭାଗର ଅନୁମତି କ୍ରମେ ଆବଶ୍ୟକ ଅନୁଯାଇ ଗଛ କଟା ହୋଇଥାନ୍ତା । କିନ୍ତୁ ନିଜେ ପ୍ରଧାନ ଶିକ୍ଷକ ଆଲୋକ ରଞ୍ଜନ ମହାରଣା ଚଂଚକତା କରି ଆକାଶିଆ ଓ ୟୁକାଲିପଟାସ ଗଛ କଟାବା ପାଇଁ ଜୟପୁର ଡ଼ିଏଫଓଙ୍କ ନିକଟରେ ଆବେଦନ କରିଥିଲେ । ଯାହାକି ବିଦ୍ୟାଳୟ ପରିସରରେ ଚାଲିଥିବା ଶ୍ରେଣୀ ଗୃହର ଠିକାଦାର ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ପୁରୁଣା କାର୍ଯ୍ୟାଦେଶ ପତ୍ର ସଂଖ୍ୟା ୯୬/୨୦୨୫, କୁ ଦର୍ଶାଇ ଚଂଚକତା ଗଛ କାଟିବା ପାଇଁ ଅନୁମତି ମାଗିଥିଲେ । ଡିଏଫଓଙ୍କ ନିର୍ଦେଶ କ୍ରମେ ବୈପାରୀଗୁଡା ବନ ବିଭଗ ପକ୍ଷରୁ ଫୋରେଷ୍ଟର ରଞ୍ଜିତା କୁମାରୀ ନାୟକଙ୍କ ନେତୃତ୍ୱରେ ପାଂଚଟି ନୀଳଗିରି ଗଛ କାଟିବା ପାଇଁ ଗଛ ଚିହ୍ନଟ କରି ଡିଏଫଓଙ୍କୁ ସୂଚନା ଦିଆଗଲା । ପରେ ଜୟପୁର ଡ଼ିଏଫଓ ଚିଠି ନମ୍ବର ୧୭୧୯ /୧୦-୦୩-୨୦୨୫ ଅନୁଯାଇ ଆକାଶିଆ ଏବଂ ୟୁକାଲିପଟାସ ଗଛ କଟାବା ଅନୁମତି ସିଧା ସଳକ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ମିଳିଲା । ସେଥିରେ କେତୋଟି ଗଛ କଟା ହେବ ସେ ଗଛ ସଂଖ୍ୟା ସୂଚିତ ନଥିଲା କିନ୍ତୁ ଗଛ କଟା ସମୟରେ ସ୍ଥାନୀୟ ବନ ବିଭାଗର ଉପସ୍ଥିତି ନିହାତି ଆବଶ୍ୟକ ରହିବେ ବୋଲି ନିର୍ଦ୍ଦେଶ ଥିଲା । ଯାହାକି ପ୍ରଧାନ ଶିକ୍ଷକ ସ୍ଥାନୀୟ ବନ ବିଭଗ ରେଞ୍ଜରଙ୍କୁ ନ ଜଣାଇ ନିଜେ ଗଛ କାଟିଛନ୍ତି । ଏନେଇ ସ୍ଥାନୀୟ ରେଞ୍ଜର ସନ୍ଦୀପ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି ଗଛ କାଟିବା ସମୟରେ ପ୍ରଧାନ ଶିକ୍ଷକ ସୂଚନା ଦେଇନାହାନ୍ତି । ବିଦ୍ୟାଳୟରେ ମୋଟ ୪୧ ଟି ଗଛ କଟିଛି ସେଥି ମଧ୍ୟରୁ ପାଂଚୋଟି ମୂଲ୍ୟବାନ ଶାଗୁଆନ ଗଛ ସହ ଅନ୍ୟନ୍ୟ ଗଛ କଟାଯାଇଛି । ପରବର୍ତୀ ସମୟରେ ଗାଁ ଲୋକଙ୍କ ଅଭିଯୋଗ ପରେ ସ୍କୁଲ ନିକଟରେ ଥିବା କାଜୁ ବାଗିଚାରୁ ୨୪ ଟି ଶାଗୁଆନ ଗଛ ଗଣ୍ଡି ଜବତ ହୋଇଛି । ଆଉ ଘଟଣାର ତଦନ୍ତ ଚାଲିଛି । ଏ ଘଟଣାକୁ ନେଇ ବିଇଓ ସକାନ୍ତ କର୍ତାମୀଙ୍କୁ ପଚାରିବାରୁ ସେ ଏହି ଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ବିଦ୍ୟାଳୟ ପରିସରରୁ ବେନିୟମରେ ଗଛ କାଟିବା ତାହା ପୁଣି ପାଂଚୋଟି ମୂଲ୍ୟବାନ ଶାଗୁଆନ ଗଛ କାଟିବା କେତେ ଯୁକ୍ତିଯୁକ୍ତ । ବନ ବିଭାଗ ଏବଂ ଶିକ୍ଷା ବିଭଗ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande