ଭୁବନେଶ୍ୱର, ୨୬ ଜୁନ (ହି.ସ.)- ସ୍ୱାଧୀନତା ଆନ୍ଦୋଳନର ଭଗୀରଥ, ସେବା ଓ ତ୍ୟାଗର ମୂର୍ତିମନ୍ତ ପ୍ରତୀକ, ଉତ୍କଳ ସମ୍ମିଳନୀର ପୁର୍ବତନ ସଭାପତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଅନନ୍ତ ପ୍ରସାଦ ଜେନା ସଭାପତିତ୍ୱ କରିଥିବା ବେଳେ ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଂଯୋଜନା କରିଥିଲେ । ଓଡିଆ ପ୍ରାଣ ପର୍ଶୁରାମ ଦ୍ୱିବେଦୀ ଓ ସୀତାବଲ୍ଲଭ ମହାପାତ୍ର ଅତିଥି ଭାବେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ବିଶ୍ୱମଣି ଭାବେ ବର୍ଣ୍ଣନା କରି ବରପୁତ୍ରଙ୍କର ଗୁଣଗାନ କରିଥିଲେ । ସେହିଭଳି ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶାଖାର ଉପଦେଷ୍ଟା ନିମାଇଁ ଚରଣ ଦାସ ଓ ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି ଆଦି ବରପୁତ୍ରଙ୍କ ଗୁଣଗାନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା