ସମ୍ବଲପୁର, ୨୬ ଜୁନ୍ (ହି.ସ.)-
ବିଜେପି ସରକାର୍ ର ବର୍ଷ ଏକ ଉପଲବ୍ଧି ଅନେକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଷଣ୍ଢପଥର ସ୍ଥିତ ଆରଏମସି ମାର୍କେଟ ୟାର୍ଡ ଠାରେ ଜମନକିରା ମଣ୍ଡଳ ସ୍ତରୀୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଥିଲା। ମଣ୍ଡଳ ସଭାପତି ବିଜୟ ନାଏକ ଏଥିରେ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ରମେଶ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରତିନିଧି ବିଭୁତି କଲ୍ୟାଣ ପଟେଲ, ଉପ ସଭାପତି ବିରେନ୍ଦ୍ର ଚୌଧୁରୀ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀକାନ୍ତ ପଟେଲ, ଏଡ଼ଭୋକେଟ ପ୍ରଶାନ୍ତ ପଣ୍ଡା, ପୂର୍ବତନ ସାଂସଦ ପ୍ରତିନିଧି ସୁନୀଲ ମୁଦୁଲି, ପୂର୍ବତନ ମଣ୍ଡଳ ସଭାପତି ଅମୋଘ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ସଂଗଠନକୁ କିଭଳି ସୁଦୃଢ଼ କରାଯିବ ମଣ୍ଡଳସ୍ତରୀୟ ସାଂଗଠାନିକ ଆଲୋଚନା କରାଯାଇଥିଲା। ଜମନକିରା ମଣ୍ଡଳର ୧୦ ଗୋଟି ପଂଚାୟତର ଦଳୀୟ କର୍ମୀ ଆଲୋଚନାରେ ଅଂଶଗ୍ରହଣ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।
ଚଳିତ ବର୍ଷ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ବେହେରା, ପପୁନ ମୁଦୁଲି, ନରୋତ୍ତମ ଭଇଁସା, ତ୍ରିଲୋକ ପଧାନ, ବୃନ୍ଦାବନ ପଧାନ, ଅରୁଣ ମାକର, ଅଶୋକ ବାଘ, ଦେବେନ୍ଦ୍ର ପଧାନ ପ୍ରମୁଖ ସାଙ୍ଗଠନିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ