ସମ୍ବଲପୁର, ୨୫ ଜୁନ୍ (ହି.ସ.) - ସମ୍ବଲପୁର ଗୌଶାଳା ସ୍ଥିତ ସିଆରପିଏଫ୍ ଗ୍ରୁପ କେନ୍ଦ୍ରର ଦଶମ ପ୍ରତିଷ୍ଠା ଦିବସ ର ଉତ୍ସାହ, ଆନନ୍ଦ ଅବସରରେ ଏକ ମହାନ ଉତ୍ସବରେ, ଗ୍ରୁପ କେନ୍ଦ୍ରର ଡିଆଇଜି ସଞ୍ଜୟ କୁମାର ସିଂହ ଗ୍ରୁପ କେନ୍ଦ୍ରର ର ଗୌରବମୟ ସ୍ଥାପନା ଏବଂ ସଫଳତା ଉପରେ ଆଲୋକପାତ କରିଥିଲେ। ଅଧିକାରୀ ଏବଂ ସୈନିକଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ସମର୍ପଣ ଯୋଗୁଁ, ଏହି ଗ୍ରୁପ୍ ସେଂଟର ଆଜି ଏକ ଆଦର୍ଶ ଏବଂ ସୁନ୍ଦର କ୍ୟାମ୍ପସରେ ପରିଣତ ଏହି ଗ୍ରୁପ୍ ସେଂଟରକୁ ଶ୍ରେଷ୍ଠ ଗ୍ରୁପ୍ ସେଂଟର ଘୋଷଣା କରାଯାଇଛି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି, ଯାହା ଗର୍ବର ବିଷୟଏହି ଅବସରକୁ ଅଧିକ ସ୍ମରଣୀୟ କରିବା ପାଇଁ, ବାହିନୀର ପରମ୍ପରା ଅନୁସାରେ ସପ୍ତାହ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆରଡିସି ସଚିନ ରାମଚନ୍ଦ୍ର ଜାଧବ, ଡ. ମୃଣାଳିନୀ ଦର୍ଶୱାଲ, (ସ୍ୱତନ୍ତ୍ର ଗୃହ କମିଶନର ସମ୍ବଲପୁର), ଆଇଜି ହିମାଂଶୁ କୁମାର ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସପି ମୁକେଶ କୁମାର ଭାମୁ,ମହାନଗର କମିସନର ବେଦଭୂଷଣ, ଯେଏସ ଡ଼ବ୍ଲୁ ସିଇଓ ଅନିଲ କୁମାର ସିଂହ, ଏବଂ ଏସସିଓ ମନୋଜ କୁମାର ସାଂସ୍କୃତିକ କାର୍ଯ୍ୟକ୍ରମରେ ରେ ଅତିଥି ଭାବରେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ