ଭଦ୍ରକ, ୨୫ ଜୁନ୍ (ହି.ସ.) - ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ‘ସମ୍ବିଧାନ ହତ୍ୟାଦିବସ’ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ନାୟକ, ମୁଖ୍ୟବକ୍ତା ଡଃ କୃପାସିନ୍ଧୁ ନାୟକ, ସମ୍ମାନିତ ଅତିଥି ଅକ୍ଷୟ କୁମାର ପାଣିଗ୍ରାହୀ ଓ ବିଶିଷ୍ଟାତିଥି ମଞ୍ଜୁଲତା ମହାପାତ୍ର ପ୍ରମୁଖ ଯୋଗଦେଇ ସମ୍ବିଧାନ ହତ୍ୟାଦିବସ ଅବସରରେ ସମ୍ବିଧାନର ଆଇନ୍ କାନୁନ୍ ଓ ଆଜିର ସମାଜରେ ସମ୍ବିଧାନ ନୀୟମ ଉଲ୍ଲଙ୍ଘନ ସଂପର୍କରେ ଆଲୋକପାତ କରିଥିଲେ। ଛାତ୍ର ଛାତ୍ରୀମାନେ ତାଙ୍କର ଅଭିଭାଷଣ, ପ୍ରବନ୍ଧ ଓ ଶ୍ଳୋଗାନ ସଂପର୍କିତ ବିଷୟ ଉପସ୍ଥାପନ କରିଥିଲେ। ଉକ୍ତ ସଭାକୁ ରଘୁନାଥ ନାୟକ ଓ ଗୌରାଙ୍ଗ ଦାସ ପ୍ରମୁଖ ସଭା ସଂଚାଳନ କରିବା ସଂଗେ ସଂଗେ ପ୍ରଭାତୀ ନାୟକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ