କୋରାଇ, ୨୫ ଜୁନ୍(ହି.ସ.) – ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିଲା ଡାଇରିଆ ବା ଝାଡାବାନ୍ତି । ପରେ ଏହା ଅନ୍ୟ ଜିଲ୍ଲାକୁ ବ୍ୟାପିବା ସହ ଅନେକଙ୍କର ମୃତ୍ୟୁ ଘଟିଥିଲା । ଡାଇରିଆକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଟେଲ, ରେଷ୍ଟୁରାଂଟ ଓ ଉଠା ଦେକାନି, ଫାଷ୍ଟୁଫୁଡ ଦେକାନ ଗୁଡିକ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ । ଅନିର୍ଦ୍ଧିଷ୍ଟକାଳ ପାଇଁ ଏସବୁ ବନ୍ଦ ରହିବାରୁ କେବଳ ଜନସାଧାରଣ ଅସୁବିଧାର ସମ୍ମୁଖିନ ବା କ୍ଷତିଗ୍ରସ୍ତ ହୋଇଛନ୍ତି ତାହା ନୁହେଁ ହୋଟେଲ ଓ ରେଷ୍ଟୁରାଂଟ ବ୍ୟବସାୟୀ କ୍ଷତି ସହିବା ସହ ଉଠାଦେକାନୀ ଜିବୀକା ହରାଇଛନ୍ତି । ଏମିତିକି କରୋନା ଭଳି ପରିସ୍ଥିତି ଉପୁଜିଛି । ହୋଟେଲ ଓ ଦେକାନୀ ମାନେ ଘରଭଡା, ଇଲେକ୍ଟିବିଲ ଠାରୁ ଆରମ୍ଭ କରି କର୍ମଚାରୀ ଦରମା ପର୍ଯ୍ୟନ୍ତ ସବୁ ପ୍ରକାର କ୍ଷତିର ସମ୍ୁଖିନ ହେଉଛନ୍ତି । ହେଲେ ସେମାନଙ୍କ କ୍ଷତି ଭରଣା କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ହେଟେଲ ବନ୍ଦ ହେବା ଯୋଗୁ ଅନ୍ୟ ବ୍ୟବସାୟରେ ମଧ୍ୟ ଏହାର ପ୍ରଭାବ ପଡିଛି । ତେଜରାତି, ପରିବା, ମାଛ, ମାଂସ ପ୍ରଭୃତି ଅନେକ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ସରକାରୀ କଟକଣା ମଧ୍ୟରେ ହୋଟେଲ ଓ ରେଷ୍ଟୁରାଂଟ ଖୋଲିବାକୁ ଦାବି ହୋଇଛି । ସେମାନଙ୍କ ପାଇଁ ନିର୍ଦ୍ଧିଷ୍ଠ ଭାବେ ନିୟମ କରାଯାଇ ସେମାନଙ୍କୁ ବ୍ୟବସାୟ କରିବାକୁ ସୁଯୋଗ ଦେବାର ଆବଶ୍ୟକତା ରହିଛି । ହେଲେ ତାହା ମଧ୍ୟ କରାଯାଉନାହିଁ । ଯଦି ଏସବୁ ବ୍ୟବସାୟ ଖୋଲାନଯାଏ ତାହେଲେ ସେମାନଙ୍କ ପାଇଁ କ୍ଷତି ଅନୁଯାୟୀ ସରକାରୀ ସହାୟତା, କର୍ମଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ କରିବା ଆବଶ୍ୟକତା ରହିଛି । ଏସବୁ ନହେବାରୁ ପାଣିକୋଇଲିର ସମସ୍ତ ହୋଟେଲ ଓ ରେଷ୍ଟୁରାଂଟ ମାଳିକ ସଂଘ ପକ୍ଷରୁ ଏକ ବୈଠକ ଓଡିଆଣୀ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଦିଗରେ ବିଚାର କରିବା ସହ ସରକାରୀ ନିୟମ ଅନୁଯାୟୀ କିଭଳି ହୋଟେଲ ଖୋଲାଯାଇ ପାରିବ ନଚେତ କ୍ଷତିପୂରଣ କିପରି ପ୍ରଦାନ କରାଯିବ ସେନେଇ କୋରେଇ ବିଧାୟକ, ଜିଲ୍ଲାପାଳ, ଏସପି, ସିଡିଏମଓ, ତହସିଲଦାର ବ୍ୟାସନଗର, ଫୁଡ ସେପ୍ଟି ବିଭାଗ, ପାଣିକୋଇଲି ଥାନାଧିକାରୀ ଙ୍କୁ ଚିଠି ଦ୍ୱାରା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି