ଗୋପାଳପୁର ଛାତ୍ରୀ ଗଣ ଦୁଷ୍କର୍ମ ଏବଂ ବଢୁଥିବା ମହିଳା ନିର୍ଯ୍ୟାତନା ବିରୁଦ୍ଧରେ ଭିକ୍ଷୋଭ
କେନ୍ଦ୍ରାପଡ଼ା, ୨୫ ଜୁନ୍‌(ହି.ସ.) – ସାରା ରାଜ୍ୟରେ ଛାତ୍ରୀ ମାନଙ୍କୁ ଅସଦାଚରଣ, ଅପହରଣ, ଦୁଷ୍କର୍ମ ହତ୍ୟାଭଳି ଘଟଣା ଅହେତୁକ ଭାବେ ବଢୁଥିବା ବେଳେ ରାଜ୍ୟରେ ବିଜେପି ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏହାରି ବିରୁଦ୍ଧରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ କେନ୍ଦ୍ରାପଡ଼ା ସ୍ୱାୟଂଶାସିତ ମହାବିଦ୍ୟାଳୟ ଫା
ଗୋପାଳପୁର ଛାତ୍ରୀ ଗଣ ଦୁଷ୍କର୍ମ ଏବଂ ବଢୁଥିବା ମହିଳା ନିର୍ଯ୍ୟାତନା ବିରୁଦ୍ଧରେ ଭିକ୍ଷୋଭ


କେନ୍ଦ୍ରାପଡ଼ା, ୨୫ ଜୁନ୍‌(ହି.ସ.) – ସାରା ରାଜ୍ୟରେ ଛାତ୍ରୀ ମାନଙ୍କୁ ଅସଦାଚରଣ, ଅପହରଣ, ଦୁଷ୍କର୍ମ ହତ୍ୟାଭଳି ଘଟଣା ଅହେତୁକ ଭାବେ ବଢୁଥିବା ବେଳେ ରାଜ୍ୟରେ ବିଜେପି ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏହାରି ବିରୁଦ୍ଧରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ କେନ୍ଦ୍ରାପଡ଼ା ସ୍ୱାୟଂଶାସିତ ମହାବିଦ୍ୟାଳୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ସାହୁଙ୍କ ନେତୃତ୍ୱ ରେ ଏହି ଆନ୍ଦୋଳନରେ ସ୍ଥାନୀୟ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଆଜିର ଦିନରେ ଛାତ୍ରୀଟିଏ ନିଜକୁ ଅସୁରକ୍ଷିତ ମଣୁଛି ବୋଲି କହିଥିଲେ। ଗୋପାଳପୁର ଗଣ ଦୁଷ୍କର୍ମ ଘଟଣାକୁ ନିନ୍ଦା କରିବା ସହ ବିଶ୍ୱ ଦରବାରରେ ଓଡିଶାର ଭାବମୂର୍ତି କ୍ଷୁର୍ଣ୍ଣ ହୋଇଛି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବାକୁ ସରକାରଙ୍କୁ ଚେତାବନୀ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଧିରେନ ସାହୁ, ଜିଲ୍ଲାପରିଷଦ ସଭାପତି ସୁଶ୍ରୀ ଲିଲିିତା ଦାସ, ପୌରାଧକ୍ଷା ସରିତା ସାହୁ, ରାଜେଶ ପଣ୍ଡା, ଉମେଶ ନାୟକ, ରଞ୍ଜନ ସାହୁ, କାଳୀ ପ୍ରସାଦ ମିଶ୍ର, ଶିବପ୍ରସାଦ ଭଳ, ରାଜଶ୍ରୀ ଦାସ, ଉଷାରାଣୀ ରାଉତ, ଇପ୍ସିତା ମଲ୍ଲିକ, ରତିକାନ୍ତ ସାମଲ, ପର୍ଭେଜ ଅଖତର, ନିରଞ୍ଜନ ବାରିକ, ବିଜୟ ମଣ୍ଡଳ, ଲୋହିତ ମହାନ୍ତି, ଦେବାଶିଷ କୁବେର, କେଦାର ବେହେରା ପ୍ରମୁଖ ଯୋଗଦେଇ ନାରୀ ଅପରାଧ ବିରୋଧରେ ରାଜ୍ୟ ସରକାରଙ୍କ ନିରବଦ୍ରଷ୍ଟାକୁ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାନସ ପରିଡା, ରଞ୍ଜିତ ସାହୁ, ହିରଣ୍ୟ ପଣ୍ଡା, ପ୍ରଭାଶିଷ ପଣ୍ଡା ସୁକୁମାର ଦାସ, ନିରାକର ସ୍ୱାଇଁ, ସଙ୍ଗମ ସାମଲ, ପ୍ରକାଶ ସାହୁ, ଆଲୋକ ସାହୁ, କମଲ ପ୍ରସାଦ ହରିଶଚନ୍ଦନ, ସମ୍ବିତ ଶ୍ରୀଚନ୍ଦନ, ମୁକ୍ତାର ଖାନ, ସେକ ଚନ୍ଦନ, ସେକ ଆକ୍ରମ, ଆମ୍ରନ ସହଦତ, ଲେଲିନ ସ୍ୱାଇଁ, ମହେନ୍ଦ୍ର ମିଶ୍ର, ମାନସ ଦାସ, ସାହେବ ସାହିଲ ରାଉତ, ଅଭିଷେକ ସ୍ୱାଇଁ, ଲିଙ୍କନ ମଲ୍ଲିକ, ଦେବାଶିଷ ସ୍ୱାଇଁ, ଅମୀୟ ଜୟଭାନୁ ଲକ୍ଷ୍ମୀସାଗର ପ୍ରମୁଖ ଯୋଗଦେଇ ବିକ୍ଷୋଭକୁ ସଫଳ କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande