ବେଆଇନ କାଠ ଚାଲାଣ ବେଳେ ଚଢାଉ, ଜଣେ ଗିରଫ
ଜୟପୁର, ୨୫ ଜୁନ୍ (ହି.ସ.) - କାଠ ଚାଲାଣ ବେଳେ ଜୟପୁର ବନାଂଚଳ ବିଭାଗ ତରଫରୁ ଚଢାଉ କରାଯାଇ ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଫାମ୍ପୁଣି ଗ୍ରାମର ସୌଭାଗ୍ୟ ମଣ୍ଡଳ । ସୂଚନା ଅନୁଯାଇ କୁନ୍ଦୁରା ଠାରୁ ଜୟପୁର ଅଭିମୁଖେ କାଠ ଚାଲାଣ ହେଉଥିବା ଜୟପୁର ବନାଂଚଳର ଅଧିକାରି ସଚିଦାନନ୍
ବେଆଇନ କାଠ ଚାଲାଣ ବେଳେ ଚଢାଉ, ଜଣେ ଗିରଫ


ଜୟପୁର, ୨୫ ଜୁନ୍ (ହି.ସ.) - କାଠ ଚାଲାଣ ବେଳେ ଜୟପୁର ବନାଂଚଳ ବିଭାଗ ତରଫରୁ ଚଢାଉ କରାଯାଇ ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଫାମ୍ପୁଣି ଗ୍ରାମର ସୌଭାଗ୍ୟ ମଣ୍ଡଳ । ସୂଚନା ଅନୁଯାଇ କୁନ୍ଦୁରା ଠାରୁ ଜୟପୁର ଅଭିମୁଖେ କାଠ ଚାଲାଣ ହେଉଥିବା ଜୟପୁର ବନାଂଚଳର ଅଧିକାରି ସଚିଦାନନ୍ଦ ପରିଡା ସୁଚନା ପାଇଥିଲେ । ସୂଚନା ଆଧାରରେ ଆଜି ସଂନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ଘାଟବାଗରା ଛକ ନିକଟରେ ବନାଂଚଳ ଅଧିକାରି ଙ୍କ ସହ କର୍ମଚାରି ମାନେ ଅପେକ୍ଷା କରି ଚଢାଉ କରିଥିଲେ । ଟାଟା ଏସିଇ ୧୦୭ ଗାଡିରେ ଚାଲାଣ ହେଉଥିବା ବେଳେ ଚଢାଉ କରିଥିଲେ । ଚଢାଉ କରି ୨୨ଟି ଶାଳର ଚଉକାଠ ଓ ଗାଡି କୁ ଜବତ କରିଛି । ଏନେଇ ଗାଡିର ମାଲିକ ଗାଡି ଚଲାଇ ଚାଲାଣ କରୁଥିବାରୁ ଅଭିଯୁକ୍ତ ସୌଭାଗ୍ୟ ମଣ୍ଡଳକୁ ଗିରଫ କରି ଥିବା ବିଷୟ ଜୟପୁର ବନାଂଚଳ ଅଧକାରି ସଚିଦାନନ୍ଦ ପରିଡା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande