କେନ୍ଦ୍ରାପଡ଼ା, ୨୫ ଜୁନ୍(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଅବସରପାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଗୋପସ୍ଥିତ ରାମ ମନ୍ଦିରରେ ସଭାପତିତଃ ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଉଛି । ଉକ୍ତ ବୈଠକରେ ସଭା ଆରମ୍ଭ ପୂର୍ବରୁ ଓଡିଶା କର୍ମଚାରୀ ସଭ୍ୟ ରାଜନୈତିକ ନେତୃତ୍ୱ ମାତୃଭୁମିର ସୁରକ୍ଷା ଦାୟିତ୍ୱରେ ଥିବା ସୈନିକ ଓ କଳା ଅଭିନୟ ଜଗତରେ ସକ୍ରିୟ ଥିବା କଳାକାର ମାନଙ୍କର ଅକାଳ ମୁତ୍ୟୁ ବୈଠକରେ ସଂଘର ସମସ୍ତ ସଭ୍ୟ ଶୋକ ପ୍ରକାଶ କରିଥିଲେ ଓ ଅମର ଆତ୍ମାର ସଦଗତି ନିମନ୍ତେ୨ମିନିôଟ ନୀରବ ପ୍ରାଥନା କରିଥିଲେ । ଆସନ୍ତା ବର୍ଷାଋତୁ ଉପଲକ୍ଷେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରଖିବା ସହିତ ଅନ୍ୟାନ୍ୟ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ନିଷ୍ପତି କରାଯାଇଛି । ଓଡିଶା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ମହାସଂଘ ଆହ୍ୱାନରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଅଗଣତାନ୍ତ୍ରୀକ ଓ ପକ୍ଷପାତ ପୂର୍ଣ୍ଣଆର୍ଥୀକ ବିଲ ବିରୋଧରେ ଏକ ସ୍ମାରକ ପତ୍ର ଗତ ଜୁନ ୨୩ତାରିଖରେ ପ୍ରଦାନ କରାଯାଇଥିବାରୁ ସଂଘ ତରଫରୁ ଏହାକୁ ସମ୍ପୁର୍ଣ୍ଣ ସମର୍ଥନ କରାଯାଇଥିଲା । ନୂତନ ସଭ୍ୟ ଭାବେ ଭାସ୍କର ଚନ୍ଦ୍ର କ. ସଞ୍ଜୟ କୁମାର ଆଚାର୍ଯ୍ୟ ଓ ଗୋଲେଖ ଚନ୍ଦ୍ର ବାରିକ ଯୋଗ ଦେଇଥିବାରୁ ତାଙ୍କୁ ସଂଘ ତରଫରୁ ସ୍ୱାଗତ କରାଯାଇଥିଲା । ଉକ୍ତ ବୈଠକରେ କରୁଣାକର ଦାସ, ବୈଷ୍ଣବ ସ୍ୱାଇଁ, ଶ୍ରୀକାନ୍ତ ସାହୁ,ମଧୁସୂଦନ ବାରିକ, ପ୍ରଶନ୍ନ ସାହାଣୀ, ଧିରେନ୍ଦ୍ର ବେହେରା, ଶ୍ରୀନିବାସ ପରିଡା, ଦିଲ୍ଲୀପ ମିଶ୍ର, ନୃସିଂହ ତ୍ରିପାଠୀ, ଅଭିଜିତ ରାଉତ, ଚୈତନ୍ୟ ଚରଣ ପରିଡା, ସୁରେଶ ପଟ୍ଟନାୟକ, ଅଜୟ ସାମଲ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି