କୁଲୁରେ ବାଦଲଫଟା ବର୍ଷାରେ ତିନିଜଣ ଭାସିଗଲେ, ପାଂଚଟି ଜିଲ୍ଲାରେ ବନ୍ୟା ପାଇଁ ୟେଲୋ ଆଲର୍ଟ
ଶିମଲା, ୨୫ ଜୁନ (ହି.ସ.) – ହିମାଚଳ ପ୍ରଦେଶରେ ମୌସୁମୀ ତାର ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି । ବିଶେଷ କରି କୁଲୁ ଜିଲ୍ଲାରେ ବୁଧବାର ବାଦଲଫଟା ବର୍ଷାରେ ଅକେ ଘଟଣା ଘଟିଛି, ଯାହା ଦ୍ୱାରା ବିପୁଳ କ୍ଷୟକ୍ଷତି ହୋଇଛି । ସେହିପରି ରାଜ୍ୟର ପାଂଚଟି ଜିଲ୍ଲାରେ ବନ୍ୟା ପାଇ ୟେଲୋ ସତର୍କତା ଜାରି କରାଯାଇଛି
କୁଲୁରେ ବାଦଲଫଟା ବର୍ଷାରେ ତିନିଜଣ ଭାସିଗଲେ, ପାଂଚଟି ଜିଲ୍ଲାରେ ବନ୍ୟା ପାଇଁ ୟେଲୋ ଆଲର୍ଟ


ଶିମଲା, ୨୫ ଜୁନ (ହି.ସ.) – ହିମାଚଳ ପ୍ରଦେଶରେ ମୌସୁମୀ ତାର ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି । ବିଶେଷ କରି କୁଲୁ ଜିଲ୍ଲାରେ ବୁଧବାର ବାଦଲଫଟା ବର୍ଷାରେ ଅକେ ଘଟଣା ଘଟିଛି, ଯାହା ଦ୍ୱାରା ବିପୁଳ କ୍ଷୟକ୍ଷତି ହୋଇଛି । ସେହିପରି ରାଜ୍ୟର ପାଂଚଟି ଜିଲ୍ଲାରେ ବନ୍ୟା ପାଇ ୟେଲୋ ସତର୍କତା ଜାରି କରାଯାଇଛି ।

କୁଲୁ ଜିଲଲାର ସୈଂଜ ଉପତ୍ୟାକା, ଗଡ଼ସା, ବଂଜାର ଏବଂ ବ୍ରହ୍ମଗଙ୍ଗା ନାଳରେ ଜୋର ବର୍ଷା ହୋଇଛି । ସୈଂଜର ଜୀବନାଲା, ଗଡ଼ସା ଉପତ୍ୟାକାର ଶିଳାଗଡ଼, ମନାଲିର ସୌରା ଗୟାଲୋରୀ ଏବଂ ବଂଜାରର ହୋରନଗଡ଼ ଅଂଚଳରେ ଅପରାହ୍ନରେ ବର୍ଷାର ତିବ୍ରତା ହଠାତ୍ ବୃଦ୍ଧି ପାଇଲା ଏବଂ ମେଘ ଫାଟିବା ଯୋଗୁଁ ନଦୀ ଏବଂ ନାଳ ଗୁଡ଼ିକ ବନ୍ୟାରେ ପୂର୍ଣ୍ଣ ହୋଇଗଲା । ଏହା ଦ୍ୱାରା କେତେକ ଗାଡ଼ି ମଧ୍ୟ ଭାସିଯାଇଛି । ଏବଂ ୧୨ରୁ ଅଧିକ ସ୍ଥାନରେ ସଡ଼କ ଏବଂ ପୋଲି କ୍ଷତିଗ୍ରସ୍ତ ହୋଇଛି ।

ଅତିରିକ୍ତ ଡେପୁଟି କମିଶନର କୁଲୁ ଅଶ୍ୱିନୀ କୁମାର କହିଛନ୍ତି ଯେ, କୁଲୁର ନିନୋଟି ସ୍ଥାନରେ ବାଦଲଫଟା ବର୍ଷା ହୋଇଛି । ଏଥି ମଧ୍ୟରେ ସେଂଜ ର ଜିଭା ନାଲା, ଗଡ଼ସାର ଶିଲାଗଡ଼ ଘାଟି ଏବଂ ମନାଲୀର ଶ୍ରୀ ଗେଲରୀ କ୍ଷେତ୍ର ଅନ୍ତର୍ଭୁକ୍ତ । ସେଂଜ ଘାଟିର ମଝାନ ନାଳରେ ଅଚାନକ ଜଳସ୍ତର ବଢ଼ି ଯାଇଥିଲା । ଗଡ଼ସା ଘାଟିର ହୁରଲା, ପଚା ଏବଂ ମନିହାର ନାଳରେ ପ୍ରବଳ ଜଳ ପ୍ରବାହ ହୋଇଥିଲା । ବଂଜାର ହୋରନଗଡ଼ କ୍ଷେତ୍ରରେ ବଂଜାର-ବଠାହର ସଡ଼କ ଉପରେ ତିଆରି ହୋଇଥିବା ଏକ ଛୋଟ ପୋଲ ଏବଂ ଏକ ବାହନ ଏଥିରେ ଭାସି ଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande