ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ପାଇଁ ନିଷ୍ପତି, ଦାବିପୂରଣ ନହେଲେ ୧୪ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ଡାକରା
ମାଲକାନଗିରି, ୨୫ ଜୁନ୍ (ହି.ସ.) - ଓଡ଼ିଶା ରାଜସ୍ୱ ଅମଲା ସଂଘର ବିଭିନ୍ନ ଦାବି ନେଇ ଆନ୍ଦୋଳନ ପାଇଁ ନିଷ୍ପତି ନେବା ସହିତ ଦାବି ପୁରଣ ନହେଲେ ଜୁଲାଇ ୧୪ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି। ଓଡ଼ିଶା ରାଜସ୍ୱ ଅମଲା ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ରାଜ୍ୟ କା
ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ପାଇଁ ନିଷ୍ପତି, ଦାବିପୁରଣ ନହେଲେ ୧୪  ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ଡାକରା I


ମାଲକାନଗିରି, ୨୫ ଜୁନ୍ (ହି.ସ.) - ଓଡ଼ିଶା ରାଜସ୍ୱ ଅମଲା ସଂଘର ବିଭିନ୍ନ ଦାବି ନେଇ ଆନ୍ଦୋଳନ ପାଇଁ ନିଷ୍ପତି ନେବା ସହିତ ଦାବି ପୁରଣ ନହେଲେ ଜୁଲାଇ ୧୪ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି। ଓଡ଼ିଶା ରାଜସ୍ୱ ଅମଲା ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତି ଅନୁସାରେ ଆଜି ଓଡ଼ିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା ମାଲକାନଗିରି ଜିଲ୍ଲା ସଭାପତି ଶ୍ରୀ ସିଏଚ୍‌.ପି.କ୍ରିଷ୍ଣା ରାଓ ଙ୍କ ନେତୃତ୍ୱରେ ଦଶ ଦଫା ଦାବି ସମ୍ବଳିତ ଦାବି ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୋମନାଥ ପ୍ରଧାନଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଛନ୍ତି ଓ ପ୍ରକାଶଥାଉ କି, ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ଦୀର୍ଘ ଦିନର ଦାବି ପୁରଣ କରିବା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ, ଜିଲ୍ଲା ସ୍ତରରେ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ଓ ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ, ଜିଲ୍ଲା ସ୍ତରୀୟ କାର?୍ୟ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ନିୟମ ଅନୁଯାୟୀ ଲେବେଲ-୯ କୁ ବୃଦ୍ଧି କରାଯାଉ ଓ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା. ୮୮୯୮ ତାରିଖ. ୧୫.୦୩.୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ ଓ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ପ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ ଓ ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସଂପୁର୍ଣ୍ଣ ଉଚ୍ଛେଦ କରାଯାଇ ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତିରେ ନିଯୁକ୍ତି ପ୍ରଦାନ କରାଯାଉ ଓ ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ଓ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି ଓ କିନ୍ତୁ, ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ବର୍ତମାନ ଯାଏଁ ଫଳ ଶୂନ୍ୟ ହୋଇଅଛି ଓ ଏହି ପରିପ୍ରେକ୍ଷୀରେ, ଯଦି ରାଜ୍ୟ ସରକାର ଆଗାମୀ ୧୫ ଦିନ ମଧ୍ୟରେ ଉପରୋକ୍ତ ଦାବି ଗୁଡ଼ିକ ପୁରଣ ନକରନ୍ତି ତାହେଲେ, ସଂଘ ଆଗାମୀ ଜୁଲାଇ ୦୭ ତାରିଖ ଠାରୁ ଜୁଲାଇ ୧୧ ତାରିଖ ଯାଏଁ କଳା ବ୍ୟାଜ୍ ପରିଧାନ କରିବ ଏବଂ ତାସତ୍ୱେ ଯଦି ରାଜ୍ୟ ସରକାର ଉପରୋକ୍ତ ଦାବି ଗୁଡ଼ିକ ପୁରଣ ନକରନ୍ତି ତେବେ, ରାଜ୍ୟ ସଂଘର କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ନିଷ୍ପତି ଅନୁସାରେ ଜୁଲାଇ ୧୪ ତାରିଖ ଠାରୁ ସଂପୁର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଭାପତି ସିଏଚ୍‌.ପି.କ୍ରିଷ୍ଣା ରାଓ, ସମ୍ପାଦକ ଦିଲ୍ଲିପ କୁମାର ନାୟକ ପ୍ରକାଶ କରିଥିଲେ ଓ ଏହି ଅବସରରେ ଟୁକୁନା ପଡ଼ିଆରୀ, ଜନାର୍ଦ୍ଧନ ହନ୍ତାଳ, ଦିବ୍ୟସିଂ ପାଇକରାୟ, ବିର ପ୍ରସାଦ ପଟ୍ଟନାୟକ, ପ୍ରଦୀପ କୁମାର ମିଶ୍ର, କୁନା ନାୟକ, କେ.ଦିଲ୍ଲିପ କୁମାର, ନିର୍ମଳା ନାୟକ, ସଂମିତା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ /ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande