ଭୁବନେଶ୍ୱର, ୨୫ ଜୁନ୍ (ହି.ସ.)- ରାଜ୍ୟ ସରକାର ସମ୍ବିଧାନ ହତ୍ୟା ଦିବସ ପାଳନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ସରକାରଙ୍କୁ ଚାଷୀଙ୍କ ସମସ୍ୟା, ହଇଜା ରୋଗ, ନାରୀ ନିର୍ଯାତନା, ବେକାରୀ ସମସ୍ୟା, ଶିକ୍ଷକ ଅଭାବୀ, ଡାକ୍ତର ଅଭାବ ଦେଖାଯାଉନାହିଁ। କାମ କରିବା ପାଇଁ ଅନେକ ସମସ୍ୟା ରହିଛି, ସେ ଦିଗ ଉପରେ ବିଜେପି ଦଳ କାମ କରିବା ଦରକାର। ସମ୍ବିଧାନ ଆମକୁ ବି ଅଧିକାର ଦେଇଛି ଆମେ ମଧ୍ୟ ସାରା ଭାରତବର୍ଷରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟା ଦିବସ ପାଳନ କରିପାରିବୁ। ଏଭଳି କଥା କହି ରାଜ୍ୟ ସରକାର ବର୍ତମାନ ସମସ୍ୟା ଏବଂ ତାଙ୍କର କର୍ତବ୍ୟ ଦୁରେଇ ଯିବାକୁ ଚେଷ୍ଟା କରୁଛନ୍ତି। ବିଜେପି ପାଖରେ ଇସ୍ୟୁ ନାହିଁ।
ଦେଶରେ ବର୍ତମାନ ଅଘୋଷିତ ଏମରଜନ୍ସୀ ଚାଲିଛି। ୧୯୭୫ ମସିହାରେ କେବଳ ରାଜନେତାଙ୍କ ଉପରେ ଏମରଜନ୍ସୀ କରାଯାଇଥିଲା କିନ୍ତୁ ଏବେ ଜନତା, କଳାକାର, ସାମ୍ବାଦିକ, କବି, ରାଜନେତା ସମସ୍ତଙ୍କ ଉପରେ ଏମରଜନ୍ସୀ କରାଯାଇଛି.।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା