ଭୁବନେଶ୍ୱର, 25 ଜୁନ୍ (ହି.ସ.)- ସମ୍ବିଧାନ ହତ୍ୟା ଦିବସ’ରେଜରୁରୀକାଳ ସମୟରେ ସଂଘର୍ଷ କରିଥିବା
ଯୋଦ୍ଧାଙ୍କ ସ୍ମରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ
ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜରୁରୀକାଳୀନ ଶାସନ ଭାରତୀୟ ଗଣତାନ୍ତ୍ରିକ ଇତିହାସର
କଳା ସମୟ ଏବଂ ସେହି ସମୟରେ କ୍ରୁର ଅତ୍ୟାଚାରର ସାମ୍ନା କରିଥିବା ସଂଗ୍ରାମୀମାନଙ୍କୁ ମନେ
ପକାଇବାର ଦିନ ‘ସମ୍ବିଧାନ ହତ୍ୟା ଦିବସ’। ଗଣତାନ୍ତ୍ରିକ ରାଷ୍ଟ୍ରରେ ସମ୍ବିଧାନ ସବୁଠାରୁ ଉପରେ। ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
ମୋଦିଜୀଙ୍କ ନେତୃତ୍ୱରେ ବିଜେପି ସରକାର ଆମ ସମ୍ବିଧାନର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା