ବଲାଙ୍ଗୀର, ୨୫ ଜୁନ୍(ହି.ସ.) –ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ ବଲାଙ୍ଗୀର ଶ୍ରୀ ନୃସିଂହ ଭଗବାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଅଧିବେଶନକ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସତ୍ୟବନ୍ତ ବେଦବାକ ଓ ମୁଖ୍ୟବକ୍ତା ଭାବେ ବିନୋଦ ବିହାରୀ ମିଶ୍ର ଯୋଗ ଦେଇଥିଲେ। ସହ-ସଂପାଦକ ଚୈତନ୍ୟ ପଟେଲ ଅତିଥିମାନଙ୍କ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ଶ୍ୟାମ ସୁନ୍ଦର ଦାଶ ମଂଚ ସଂଚାଳନ କରିଥିଲେ। ସଭାରେ ସଂପାଦକ କୃଷ୍ଣଚନ୍ଦ୍ର ନାଥ ବାର୍ଷିକ ବିବରଣୀ ପାଠ କରିବା ସହିତ ଆୟ ବ୍ୟୟର ହିସାବ ଦେଇଥିଲେ। ଉକ୍ତ ସଭାରେ ଉପସଭାପତି ପର୍ଶୁରାମ ନାୟକ, ବରିଷ୍ଠ ସଭ୍ୟ ପ୍ରସନ୍ନ ମିଶ୍ର, ଗୋପବନ୍ଧୁ ପୁରୋହିତ, ଧର୍ମବ୍ରତ ରଥ, ଲୋକନାଥ ନେପାକ, ଦୁର୍ଗା ପ୍ରସାଦ ହୋତା, ହରେକୃଷ୍ଣ ମେହେର, ପ୍ରାଣବଲ୍ଲଭ ତ୍ରିପାଠୀ, ପୁରୁଷୋତମ ପଣ୍ଡା, କୃଷ୍ଣଚନ୍ଦ୍ର ମହାକୁର, ପ୍ରଦୀଫ ସାହୁ, ସଂକୀର୍ତନ ତ୍ରିପାଠୀ ପ୍ରାୟ ୬୫ ଜଣ ସଭ୍ୟ ସଭାରେ ଯୋଗ ଦେଇଥିଲେ। ଶେଷରେ କପିଳେଶ୍ୱର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ