ଓଡ଼ିଶା ରାଜସ୍ୱ ଅମଲା ସଂଘ କନ୍ଧମାଳ ପକ୍ଷରୁ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ
Revenew clerk associasion 10 demand enlisted memorandum
ଫୋଟ


କନ୍ଧମାଳ, ୨୫ ଜୁନ୍‌(ହି.ସ.) – ଓଡ଼ିଶା ରାଜସ୍ୱ ଅମଲା ସଂଘର ଏକ ଗୁରୁତ୍ୱପୁର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତି ଅନୁସାରେ ଆଜି ଓଡ଼ିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳ ଜିଲ୍ଲା ଉପଦେଷ୍ଟା ଶ୍ରୀ ଗଣେଷ ନାୟକଙ୍କ ନେତୃତ୍ୱରେ ଦଶଦଫା ଦାବି ସମ୍ବଳିତ ଦାବି ପତ୍ର କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଥିଲେଓ ପ୍ରକାଶଥାଉ କି, ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ଦୀର୍ଘଦିନର ଦାବି ପୂରଣ କରିବା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଜିଲ୍ଲା ସ୍ତରରେ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା ଆର୍‌ଏସ୍‌ପି -୨୦୧୭ ନିୟମ ଅନୁଯାଇ ଲେବେଲ- ୯କୁ ବୃଦ୍ଧି କରାଯାଉ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା- ୮୮୯୮ ତାରିଖ – ୧୫-୦୩-୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ କୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ। ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ । ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ମଶିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତିରେ ନିଯୁକ୍ତି ପ୍ରଦାନ କରାଯାଉ। ଓଡ଼ିଶା ରାଜସ୍ୱ ସେବା ପଦ୍ଧତି ରେ ରାଜସ୍ୱ ଅମଲା ମାନଙ୍କୁ ସତ ପ୍ରତିଶତ ପଦୋନ୍ନତି ଦିଆଯାଉ। ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀ ଙ୍କୁ ପୁରାତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଉ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି। କିନ୍ତୁ ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ବର୍ତମାନ ଯାଏ ଫଳ ଶୂନ୍ୟ ହୋଇଅଛି। ଏହି ପରିପ୍ରେକ୍ଷୀରେ, ଯଦି ରାଜ୍ୟ ସରକାର ଆଗାମୀ ୧୫ ଦିନ ମଧ୍ୟରେ ଉପୋରକ୍ତ ଦାବି ଗୁଡିକ ପୂରଣ ନ କରନ୍ତି ତାହେଲେ, ସଂଘ ଆଗାମୀ ଜୁଲାଇ ୦୭ ତାରିଖ ଠାରୁ ଜୁଲାଇ ୧୧ ତାରିଖ ଯାଏଁ କଳା ବ୍ୟାଜ୍ ପରିଧାନ କରିବ। ଏବଂ ତା ସତ୍ୱେ ଯଦି ରାଜ୍ୟ ସରକାର ଉପୋରକ୍ତ ଦାବିଗୁଡିକ ପୂରଣ ନ କରନ୍ତି ତେବେ, ରାଜ୍ୟ ସଂଘ ର କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ନିଷ୍ପତି ଅନୁସାରେ ଜୁଲାଇ ୧୪ ତାରିଖ ଠାରୁ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି କନ୍ଧମାଳର ଜିଲ୍ଲା ଉପଦେଷ୍ଟା ଶ୍ରୀ ଗଣେଷ ନାୟକ, ବିନୋଦ କୁମାର ମହାନ୍ତି, ଶ୍ରୀ ଆଶିଷ ମିଶ୍ର, ଶ୍ରୀ ନିଖିଳ ସାହା, ଶ୍ରୀ ଶୁନିତ ଦଳବେହେର, ଗୀତାଞ୍ଜାଳୀ ବେହେରା, ମମତା ବେହେରା, ମନ୍ଦାକିନୀ ଦିଗଳ, ଶ୍ରୀ ଶିବପ୍ରସାଦ ମେହେର ପ୍ରମୁଖ ପ୍ରକାଶ କରିବା ସହ ଅନ୍ୟ ସମସ୍ତ ଉପବିଭାଗୀୟ ଅଧିକାରୀ, ବରିଷ୍ଠ ରାଜସ୍ୱ ସହାୟକ ଓ କନିଷ୍ଠ ରାଜସ୍ୱ ସହାୟକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande