କେନ୍ଦୁଝର, ୨୫ ଜୁନ୍ (ହି.ସ.) - ଧରଣୀଧର ବିଶ୍ୱବିଦ୍ୟାଳୟ ସମ୍ବିଧାନ ହତ୍ୟା ଦିବସ ପାଳନ ହୋଇ ଯାଇଛି । ଏହି ଉପଲକ୍ଷେ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଛି। ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରତାପ କୁମାର ମହାନ୍ତି ଅଧ୍ୟକ୍ଷତା କରି ଥିଲା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ସୁଧୀର ଚନ୍ଦ୍ର ଜେନା ସଭାପତି ଭାରତୀୟ ସାମ୍ବିଧାନିକ ଅଧିକାର ଏବଂ କର୍ତବ୍ୟ ଉପରେ ଆଲୋକପାତ କରି ଥିଲେ । ସେ ଭଳି ବିଶ୍ୱବିଦ୍ୟାଳୟ ର ଅଧ୍ୟାପକ ସ୍ନେହଲତା ମିଶ୍ର ସାମ୍ବିଧାନିକ ପ୍ରସ୍ତାବନାକୁ ବ୍ୟାଖ୍ୟା କରି ଥିଲେ । ବିଶ୍ୱବିଦ୍ୟାଳୟ ର ସ୍ନାତକତର ଅଧକ୍ଷ ଗଣତନ୍ତ୍ର ରେ ସଠିକ ସଂଜ୍ଞା ଓ ଏବେର ଗଣତନ୍ତ୍ର ର ଅସ୍ତିତ୍ୱ ଉପରେ କହୁଥିଲେ । ବିଶ୍ୱବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ୧୦୦ ଜଣ ଏଥିରେ ଭାଗ ନେଇ ଥିଲେ । ଆଲୋଚନା ଚକ୍ର କୁ ଦିନେଶ ମହାରଣା ପରିଚାଳନା କରି ଥିଲେ ଓ ରଞ୍ଜନ ମହନ୍ତ ଧନ୍ୟବାଦ ଅର୍ପଣ କରି ଥିଲେ । ଅଧ୍ୟାପକ ସଲମା କିସ୍କୁ ଏବଂ ଶୁକଦେବ ତୀରିଆ ସହଯୋଗ କରି ଥିଲେ । ସେହି ଭଳି ଏକ ସଚେତନତା ରାଲୀ ମାଧ୍ୟମରେ ସମ୍ବିଧାନ ହତ୍ୟା ଦିବସ ଉପରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଆୟୋଜନ କରା ଯାଇ ଥିଲା । ଏଥିରେ ଅଧ୍ୟାପକ ଅଧ୍ୟାପିକା ଏବଂ ବିଶ୍ୱବିଦ୍ୟାଳୟର କୁଳପତି ଅଂଶ ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA