ସମ୍ବିଧାନ ହତ୍ୟା ଦିବସର ରାଜ୍ୟସ୍ତରୀୟ ଉତ୍ସବରେ ଫୁଲବାଣୀ ର ତିନି ବରିଷ୍ଠ ନାଗରିକ ସମ୍ବର୍ଦ୍ଧିତ
Sambidhana hatya diwash news
ଫୋଟ


କନ୍ଧମାଳ, ୨୫ ଜୁନ୍‌(ହି.ସ.) –ଜରୁରୀକାଳୀନ ସ୍ଥିତି ଜାରି ହେବାର ୫୦ତମ ବର୍ଷ ପୂର୍ତି ଅବସରରେ ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ପୂର୍ବତଟ ରେଳପଥର ଅଡିଟୋରିୟମଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଆଜି ସମ୍ବିଧାନ ହତ୍ୟା ଦିବସର ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକତନ୍ତ୍ର ସେନାନୀଙ୍କୁ ସମ୍ବର୍ଦ୍ଧନା କରିଥିଲେ। କନ୍ଧମାଳ ଜିଲ୍ଲାରୁ ମହମ୍ମଦ ଜାକିର ଅକତର, ସୁବାସ ଚନ୍ଦ୍ର ବେହେରା ଓ କମଳାକାନ୍ତ ପାଣ୍ଡେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀଙ୍କ ନେତୃତ୍ୱରେ ୩୫ ଜଣ ଏହି ଉତ୍ସବରେ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande