ଯୋଗାଣ ସହାୟକଙ୍କ ପରଲୋକ
ସୁବର୍ଣ୍ଣପୁର, ୨୫ ଜୁନ୍‌(ହି.ସ.) – ବିନିକା ବ୍ଲକ ଶଙ୍କରା ଗ୍ରାମ ତଥା ଶଙ୍କରା ପଂଚାୟତର ଯୋଗାଣ ସହାୟକ ପ୍ରଜ୍ଞାନଦ କର୍ଣ୍ଣ (୪୦) ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଗତକାଲି ପରଲୋକ ହୋଇଯାଇଛି। ପ୍ରଜ୍ଞା କିଛି ଦିନ ତଳେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ପ୍ରଥମେ ସମ୍ବଲପୁର ଓ ପରେ ଭୁବନେଶ୍ୱର ଏଏମ୍
ଯୋଗାଣ ସହାୟକଙ୍କ ପରଲୋକ


ସୁବର୍ଣ୍ଣପୁର, ୨୫ ଜୁନ୍‌(ହି.ସ.) – ବିନିକା ବ୍ଲକ ଶଙ୍କରା ଗ୍ରାମ ତଥା ଶଙ୍କରା ପଂଚାୟତର ଯୋଗାଣ ସହାୟକ ପ୍ରଜ୍ଞାନଦ କର୍ଣ୍ଣ (୪୦) ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଗତକାଲି ପରଲୋକ ହୋଇଯାଇଛି। ପ୍ରଜ୍ଞା କିଛି ଦିନ ତଳେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ପ୍ରଥମେ ସମ୍ବଲପୁର ଓ ପରେ ଭୁବନେଶ୍ୱର ଏଏମ୍ସ ହସ୍ପିଟାଲରେ ଭର୍ତି କରିଥିଲେ କ୍ଷ ସେଠାରୁ ତାଙ୍କୁ ୱାଲ୍ଟିୟର ନେବା ବେଳେ ପରଲୋକ ହୋଇଯାଇଛି। ସ୍ୱର୍ଗତ ପ୍ରଜ୍ଞାଙ୍କ ମରଶରୀର ଗ୍ରାମରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା କ୍ଷ ସ୍ଥାନୀୟ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ବାପା ସୌମିତ୍ରୀ ମୁଖାଗ୍ନୀ ଦେଇଥିଲେ କ୍ଷ ଶେଷ ସମୟରେ ତାଙ୍କ ପତ୍ନୀ, ଝିଅ,ପିତାଙ୍କ ସମେତ ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି କ୍ଷ ଖବର ପାଇ ସରପଂଚ ଅଶୋକ ପୃଷ୍ଟି ପହଂଚି ତାଙ୍କର ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande