ଭଦ୍ରକ, ୨୫ ଜୁନ୍ (ହି.ସ.) - ଆଜି ସକାଳ ୧୦.୩୦ ରେ ସଦର ବିଧାୟକ ସିତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲିପ୍ ରାଉତରାୟ ଙ୍କ ଦ୍ୱାରା ପତାକା ହଲାଇ ୫ ଟି ସୁସୋଜ୍ଜିତ ଗାଡ଼ି ରେ ସମ୍ବିଧାନ ହତ୍ୟା ଦିବସ ଉପଲକ୍ଷେ ଜିଲ୍ଲା ରୁ ୩୦ଜଣିଆ ପ୍ରତିନିଧି ଙ୍କ ସହିତ ୨(ଦୁଇ) ଜଣ ମିଶା କାରାବନ୍ଦୀ ବାସୁଦେବପୁର ବ୍ଲକ୍ ର କମଳାକାନ୍ତ ସାହୁ ଓ ଧାମନଗର ବ୍ଲକ ର ଦ୍ୱୀଦେଶ୍ କୁମାର୍ ଦେବତା ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା ପାଇଁ ପ୍ରେରଣ କରାଯାଇଅଛି। ଏହି କାଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଡେପୁଟୀ କଲେକ୍ଟର ତଥା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ତିକ ନାଥ ମଣ୍ଡଳ ଏବଂ ସହଯୋଗ କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କ। । ଏସ୍କର୍ଟ ଅଧିକାରି ଭାବରେ ସହାୟକ ଜିଲ୍ଲାପାଳ ଶାଶ୍ୱତ କୁମାର ପଟ୍ଟନାୟକ ଭୁବନେଶ୍ୱର ଗସ୍ତ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ