ପୁରୀ, ୨୫ ଜୁନ୍ (ହି.ସ.) - ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ,ଓଡ଼ିଶା ଯାହାର ରେଜିଷ୍ଟ୍ରେସନ ନମ୍ବର ୨୨୪/୧୯- ୧୯୫୮ ଏହାର ମୁଖ୍ୟ କାର୍ଯ୍ୟାଳୟ କଟକ ବକ୍ସିବଜାର ବଢେଇ ସାହିରେ ରହିଛି । ଏହି ସଂଘ ଅଖିଳ ଭାରତୀୟ ବିଶ୍ୱକର୍ମା ମହାସଭା ସହ ଅନୁବନ୍ଧିତ ରହିଛି । ଏହାର ରାଜ୍ୟ ସଭାପତି ଭାବେ ସୂର୍ଯ୍ୟନାରାୟଣ ମହାରଣା ଓ ସାଧାରଣ ସମ୍ପାଦକ ଭାବେ ମନୋରଞ୍ଜନ ମହାରଣା କାର୍ଯ୍ୟ କରୁଛନ୍ତି । ଏହାର ସର୍ବଭାରତୀୟ ସମ୍ମିଳନୀ କିଛି ମାସ ତଳେ ପୁରୀ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସଂଘର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନୁମୋଦିତ କମିଟି ରହିଛି । ଏହି ସଂଘର ଲୋକପ୍ରିୟତା ଦେଖି ଅନ୍ୟ ଦୁଇଜଣ ବ୍ୟକ୍ତି ନିଜକୁ ସଂଘର ରାଜ୍ୟ ସଭାପତି ଓ ସମ୍ପାଦକ କହି ବିଭିନ୍ନ ସ୍ଥାନରେ ସଭା ସମିତି ଓ ସମ୍ବର୍ଦ୍ଧନା ନାମରେ ହାତ ଚିକ୍କଣ କରୁଥିବା ଅଭିଯୋଗ ହୋଇଛି । କଟକ ରାଜ୍ୟ ପଞ୍ଜୀକାରକ (ଆଇଜିଆର) ମୂଳ ସମିତିକୁ ଅସଲି ଘୋଷଣା କରିଥିବା ବେଳେ ଅନ୍ୟ ସମିତି ସ୍ୱୀକୃତି ଦିଆଯାଇନାହିଁ ବୋଲି ମୂଳ ସମିତିକୁ ଜଣାଇଛନ୍ତି। ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ମହାରଣା ପୁରୀ ଠାରେ ଗଣମାଧ୍ୟମକୁ ପତ୍ର ଦ୍ୱାରା ଜଣାଇଛନ୍ତି କି ଆମ ସମିତି ନାମରେ ବିଭ୍ରାନ୍ତି କରୁଥିବା ଓ ନିଜକୁ ସଭାପତି ସମ୍ପାଦକ ବୋଲାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଆମ୍ଭଙ୍କୁ ସୂଚନା ଦିଆଗଲେ ଆମ୍ଭେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଏହି ପ୍ରସଙ୍ଗ ସମସ୍ତ ସଭ୍ୟ ସଭ୍ୟା ଓ ଓଡ଼ିଶାର ସର୍ବସାଧାରଣ ଜନତାଙ୍କୁ ଜଣାଇ ଦିଆଯାଉଛି ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଜୟ