ବ୍ରହ୍ମବରଦାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଚିକିତ୍ସିତ ଅବସ୍ଥାରେ ଜଣଙ୍କର ମୃତ
ଧର୍ମଶାଳା,୨୫ଜୁନ୍‌(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ କଲେଜ ରୋଡ ନିକଟରେ ଗତ ଗୁରୁବାର ବିଳମ୍ବିତ ରାତିରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ବାଇକ୍ ଧକ୍କା ଘଟଣାରେ ଆଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଧର୍ମଶାଳା ଥାନା
ବ୍ରହ୍ମବରଦାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଘଟଣା : ଚିକିତ୍ସିତ ଅବସ୍ଥାରେ ଜଣଙ୍କର  ମୃତ


ଧର୍ମଶାଳା,୨୫ଜୁନ୍‌(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ କଲେଜ ରୋଡ ନିକଟରେ ଗତ ଗୁରୁବାର ବିଳମ୍ବିତ ରାତିରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ବାଇକ୍ ଧକ୍କା ଘଟଣାରେ ଆଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ସଂଜୟ ଷଡଙ୍ଗୀ(୩୦)ବୋଲି ଜଣାପଡିଛି । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି ।

ସୂଚନା ଥାଉକି, ଗୁରୁବାର ବିଳମ୍ବିତ ରାତିରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ କଲେଜ ରୋଡ ସାନପୋଖରୀ ନିକଟରେ ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଘଟଣାରେ ମୋଟ ୫ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ୩ଜଣଙ୍କ ଅବସ୍ଥା ସଙ୍କଟାପନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ସଂଜୟଙ୍କର ମୃତ୍ୟୁ ଘଟିଥିଲା ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande