ମାଲକାନଗିରି, ୨୫ ଜୁନ୍(ହି.ସ.) – ବିଜେଡି ଯୁବ ଛାତ୍ର ସଂଗଠନ ତରଫରୁ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ଡାକରା ଦିଆଯାଇଥିବାବେଳେ ମାଲକାନଗିରି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଗୋପାଳପୁର ଛାତ୍ରୀ ଗଣ ଦୁଷ୍କର୍ମ ଏବଂ ବଢୁଥିବା ମହିଳା ନିର୍ଯାତନା ବିରୁଦ୍ଧରେ ଯୁବ ବିଜେଡି ନେତା ରବି ରାଜେଶ ଏବଂ ଛାତ୍ର ବିଜେଡି ନେତା ତାପଶ ନାୟକ ଙ୍କ ନେତୃତ୍ୱରେ ମାଲକାନଗିରି ମହାବିଦ୍ୟାଳୟ ଛକ ଏବଂ ମହାବିଦ୍ୟାଳୟ ଗେଟ୍ ସମ୍ମୁଖରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରି ବିଜେପି ଶାସିତ ମୋହନ ସରକାର ବିରୁଦ୍ଧରେ ଗର୍ଜନ କରିଛନ୍ତି। ଯୁବତୀମାନଙ୍କ ଉପରେ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଘଟଣାରେ ଅହେତୁକ ବୃଦ୍ଧି ରାଜ୍ୟରେ ପ୍ରତିଦିନ ୧୫ ଯୁବତୀ ଦୁଷ୍କର୍ମର ଶିକାର ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ, ପିକେଟିଂ, କଳାବ୍ୟାଚ ପିନ୍ଧି ଆନ୍ଦୋଳନ କରିଛନ୍ତି। ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଆଜି ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନର ଡାକରା ଦେଇଛି। ଆଜିର ଏହି ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନର ଡାକରା ରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମି ଯୋଗ ଦେଇ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ, ରାଜ୍ୟର ଆଇନ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି। ଯୁବତୀ ମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା ପ୍ରତିଦିନ ଖବରକାଗଜରେ ଶିରୋନାମା ହେଉଛି। ଗୋପାଳପୁର ଭଳି ଏକ ପର୍ଯ୍ୟଟନସ୍ଥଳରେ ଜଣେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଦେଇ ତାଙ୍କ ସାମ୍ନାରେ ଯୁବତୀ ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ମଧ୍ୟ ଏକ ଦୁଖଦ ଘଟଣା ଘଟିଥିଲା। ରାଜ୍ୟରେ ପ୍ରତିଦିନ ପ୍ରାୟ ୧୫ ଜଣ ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି ବୋଲି କହିଛନ୍ତି। ଯୁବ ବିଜେଡି ନେତା ରବି ରାଜେଶ ଏବଂ ଛାତ୍ର ବିଜେଡି ନେତା ତାପଶ ନାୟକ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରି ମାଲକାନଗିରି ଜିଲ୍ଲାରେ ମଧ୍ୟ ଦିନକୁ ଦିନ ଛାତ୍ରୀ ଗଣ ଦୁଷ୍କର୍ମ ଶିକାର ହେଉଥିବା ବେଳେ ରାଜ୍ୟରେ ଦିନକୁ ଦିନ ଏଭଳି ଘଟଣା ବୃଦ୍ଧି ପାଉଥିବାରୁ, ଯୁବତୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଦୁଃଖ ଓ ପରିତାପର ବିଷୟ, ଏହିଭଳି ସମ୍ବେଦନଶୀଳ ପ୍ରସଙ୍ଗରେ, ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି। ଆଜିର ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ପୂର୍ବତନ ଯୁବ ସଭାପତି ଆଡ଼ମା ରାବା, ବିଜେଡି ମହିଳା ନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ,ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ, ବିଜେଡି ମହିଳା ନେତ୍ରୀ ପ୍ରଶାନ୍ତି ଲତା ବିଶୋଇ, ଯୁବ ବିଜେଡି ନେତା ଅଟାଲ ରାଜୁ, ଯୁବ ବିଜେଡି ନେତା ବଳରାମ ଭଞ୍ଜ, କାଲିମେଳା ବିଜେଡି ଛାତ୍ର ନେତା ସଞ୍ଜୁ ସରକାର, ଯୁବ ନେତା ଶଙ୍କର ପାଣିଗ୍ରାହୀ, ସୋମେଶ ବାଘ, ଯୁବ ନେତା କେ. ରାହୁଲ, ଏସ୍ୱାଲା, ସୁବ୍ରତ ଶୀଲ, ସତ୍ୟ ଜିତ ଗୌଡ଼, ଚକ୍ରଧର ଦୁର୍ଗା, ଏବଂ ମିଡ଼ିଆ ସଂଯୋଜକ ସଦାନନ୍ଦ ଖରା ପ୍ରମୁଖଙ୍କ ସହ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତା ଓ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ